ଅତାବିରା ଗାଁରେ ଅଭାନୀୟ ଘଟଣା, ଲ ବିଷାକ୍ତ ଖାଦ୍ୟ ଖାଇ ୭ ଛେଳିଙ୍କ ମୃତ ହୋଇଥିବା2ସ୍ୱ
ଝାରସୁଗୁଡା ୨୫/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନ ସମୟରେ ବିଷାକ୍ତ ଖାଦ୍ୟ ଖାଇ ଅତାବିରା ଗାଁର ଜନେକ ରାମ ମଲ୍ଲିକଙ୍କ ପାଳିତ ୭ ଟି ଛେଳି ମୃତ୍ୟୁ ବରଣ କରିଛନ୍ତି ।
ଜନେକ ରାମ ମଲ୍ଲିକଙ୍କ କହିବା ଅନୁଯାୟୀ, ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ସେ ଛେଳିମାନଙ୍କୁ ଚରାଇବାକୁ ବାହାରିଥିଲେ । ଚରିବା ବେଳେ ଛେଳିମାନେ ଘାସ ପତ୍ର ଆଦି ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ଗୋଟିଏ ପରେ ଗୋଟିଏ କରି ୭ ଟି ଛେଳି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ରାମ ମଲ୍ଲିକଙ୍କ ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ କ୍ଷତି ହୋଇଛି । ବିଷାକ୍ତ ଖାଦ୍ୟ ଖାଇବାରୁ ଛେଳିମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ରହିଛି, କିନ୍ତୁ ଏପର୍ଯ୍ୟନ୍ତ କାହା ଠାରୁ ଅଭିଯୋଗ ଦାଖଲ ହୋଇନାହିଁ ।

