Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ନୂଆ ଅପଡେଟ,ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର: ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବାତ୍ୟା ‘ମୋନ୍ଥା’କୁ ନେଇ ଆସିଛି ବଡ ସୂଚନା। ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ସ୍ଥଳଭାଗକୁ ଛୁଇଁବ। ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ହେବ ଲ୍ୟାଣ୍ଡଫଲ୍‌। ବାତ୍ୟା ସମୟରେ ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ବଢିପାରେ।

ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିଛି। ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ଅଧିକ ନାହିଁ। କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡିଶା ଅଞ୍ଚଳ ଗୁଡିକରେ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ମଧ୍ୟ ଦିଆଯାଇଛି। ଏହି ସମୟରେ କେତେକ ସ୍ଥାନରେ ଝଡ଼ତୋଫୋନ ସହ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ।

୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆଯାଇଛି ସମାନ ଚେତାବନୀ। ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେପଟେ କାଲିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ