Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଲେଶ୍ଵର ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଡୁଲେଶ୍ଵର ରାଧାମୋହନ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଶନିବାର ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଉଭୟ ବାଳକ ଓ ବାଳିକା ବିଭାଗରେ ୧୪ବର୍ଷ ଓ ୧୭ବର୍ଷ ରୁ କମ ଥିବା ବାଳକ ଓ ବାଳିକା ଭାଗ ନେଇଥିଲେ. ଉଚ୍ଚ ଡିଆ , ଲମ୍ବ ଡିଆଁ , ୧୦୦, ୨୦୦.୪୦୦,୮୦୦ ମିଟର ଦୌଡ ରେ ଚୟନ ପ୍ରକ୍ରିୟା କରାଯାଇଥିଲା I ପ୍ରତ୍ୟକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମୋନନୀତ ହୋଇଥିଲେ I ଏହି କ୍ରମରେ ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ୩୬ ଜଣକୁ ଜିଲ୍ଲା ସ୍ତରକୁ ଚୟନ କରାଯାଇଛି l ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବନମାଳୀ ଶାସିନୀ ସଭାପତିତ୍ୱ କରିଥିଲେ I ସି ଆର ସି ସି କୌସ୍ତଭ ମଣି ଦାସ ମୁଖ୍ୟ ଅତିଥି, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ଚାନ୍ଦ, ବ୍ଲକ କ୍ରୀଡା ସମ୍ପାଦକ ରଂଜିତ ପଧାନ ସମ୍ମାନିତ ଅତିଥି ରୂପେ ମଂଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I କ୍ରୀଡା ଶିକ୍ଷକ ପରମେଶ୍ୱର ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ ପରିଚାଳନା କରିଥିବାବେଳେ
ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଏଥିରେ ସହଯୋଗ କରିଥିଲେ l ଶେଷରେ ବ୍ଲକ କ୍ରୀଡା ସମ୍ପାଦକ ରଂଜିତ କୁମାର ପଧାନ ଧନ୍ୟବାଦ ଅର୍ପଣ ସହ ସମସ୍ତ କାର୍ଯ୍ୟକ୍ରମ କୁ ସଠିକ ଭାବରେ ସମ୍ପନ୍ନ କରିଥିଲେ I. ରାଧାମୋହନ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ବାସୁଦେବ ପଧାନ, ଉଜ୍ଜଳ ପାତ୍ର ପ୍ରେମାନନ୍ଦ ସାମଲ, ଅମରେନ୍ଦ୍ର ଦେହୁରୀ ଓ ଶିକ୍ଷା କର୍ମଚାରୀ ସନ୍ୟାସୀ ବଢିଆ, ଟୁନୁରାମ ସିଂ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ