ମୁର୍ଷୁଣ୍ଢୀ ହାଇ ସ୍କୁଲ ରେ ଶକ୍ତି ସଂରକ୍ଷଣ ଆଲୋଚନା ଚକ୍ର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପି. ଏମ. ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ, ମୁର୍ଷୁଣ୍ଢୀ ଠାରେ ଟାଟା ପାୱାର (TPWODL) ତରଫରୁ ଶକ୍ତି ସରଂକ୍ଷଣ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟାଟା ପାୱାର ପ୍ରତିନିଧି ଶକ୍ତି ଅପଚୟ ରୋକିବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ। ଶକ୍ତି ସରଂକ୍ଷଣ ଉପରେ ଆଧାରିତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୪୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ପ୍ରତିଯୋଗିତା ରେ ପ୍ରଥମ ସ୍ମୃତିରାଣୀ ପଧାନ, ଦ୍ୱିତୀୟ ସ୍ମାଇଲରାଣୀ ନାଏକ ଓ ତୃତୀୟ ନମ୍ରତା କ୍ଷେତିଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ.

