Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଟାରିଫରେ ନିଜେ ଫସିଗଲେ ଟ୍ରମ୍ପ ; ଏବେ ଚୀନ ସହିତ ଭାରତର ସମ୍ପର୍କ ହେବ ମଜବୁତ

President Donald Trump addresses during the ASEAN US Summit in Kuala Lumpur, Malaysia, Sunday, Oct. 26, 2025. (AP Photo/Vincent Thian, Pool)

ନୂଆଦିଲ୍ଲୀ: ବିଗତ କିଛି ଦିନ ପୂର୍ବରୁ ରୁଷ ଠାରୁ ତୈଳ କିଣିବା ପାଇଁ ଆମେରିକା ଉପରେ ଭାରତ ୫୦% ର ଟାରିଫ ଲଗାଇଥିଲା। ଏହି ନିଷ୍ପତି ପାଇଁ ଭାରତକୁ ବହୁ କ୍ଷତିର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏହି ସବୁ ସମସ୍ୟାରେ ଏବେ ନିଜେ ଆମେରିକା ଫସିଯାଇଛି। ଆମେରିକାର ଏହି ଟାରିଫ ଲାଗି ରୁଷ ସହ ସମ୍ପର୍କରେ କୌଣସି ଫରକ ପଡିନାହିଁ ବରଂ ଚୀନ ସହିତ ଭାରତର ସମ୍ପର୍କରେ ଟିକେ ପରିବର୍ତନ ଦେଖିବାକୁ ମିଳିଛି। ଏହି ଟାରିଫ ପରେ ଚୀନକୁ ଭାରତର ରପ୍ତାନି ୨୨% ବୃଦ୍ଧି ପାଇଛି ଏବଂ ଆମେରିକାକୁ ଭାରତର ରପ୍ତାନିରେ ହ୍ରାସ ଘଟିଛି।

ଏହି ରଣନୀତିରେ ଆମେରିକା ନିଜ ଜାଲରେ ନିଜେ ଫସିଯାଇଛନ୍ତି | ୨୦୧୫-୨୦୧୬ ବାର୍ଷିକ ପ୍ରଥମାର୍ଦ୍ଧରେ ଭାରତ ଯଥେଷ୍ଟ ଲାଭ ପାଇଛି | ଆମେରିକାର ରାଷ୍ଟ୍ରପତି ଚୀନ , ଭାରତ ଏବଂ ଅନ୍ୟ ଦେଶମାନଙ୍କ ଉପରେ ମଧ୍ୟ ଟାରିଫ ଲଗାଇଥିଲେ | ଏଥିପାଇଁ ଚୀନ ଏବଂ ଆମେରିକା ମଧ୍ୟ ବହୁତ ଦିନ ଧରି ଟାରିଫ ଯୁଦ୍ଧ ଲାଗିରହିଥିଲା |

ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ୨୦୨୫-୨୬ର ପ୍ରଥମାର୍ଦ୍ଧରେ ଚୀନକୁ ଭାରତର ରପ୍ତାନି ପ୍ରାୟ ୨୨% ବୃଦ୍ଧି ପାଇଛି। ଚୀନ ଏବଂ ଭାରତ ସମ୍ପର୍କରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି | ଏହି ବ୍ୟବସାୟରେ ଉଭୟ ଭାରତ ଏବଂ ଚୀନର ଲାଭ ହେଉଛି | ଭାରତ ଚୀନକୁ ତାର ରପ୍ତାନି ବଢ଼ିବାରେ ଲାଗିଛି | ଏଥିରେ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଟେଲିଫୋନ୍ ସେଟ୍, ଚିଙ୍ଗୁଡ଼ି, ଆଲୁମିନିୟମ୍ ଏବଂ ବେଲ୍ ଲଙ୍କା ଅନ୍ତର୍ଭୁକ୍ତ। ଚିଙ୍ଗୁଡ଼ି ଶିଳ୍ପର ପ୍ରବଳ କ୍ଷତି ହୋଇଥିଲା, ଆମେରିକାର ଶୁଳ୍କ ଭାରତର ଚିଙ୍ଗୁଡ଼ି ରପ୍ତାନିକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଗ୍ଲୋବାଲ୍ ଡାଟା ଅନୁଯାୟୀ, ଶୁଳ୍କ ଯୋଗୁଁ ଭାରତରୁ ଆମେରିକାକୁ ବିମାନ ମାଲ ପରିବହନରେ ୧୪ ପ୍ରତିଶତ ହ୍ରାସ ଘଟିଛି। ଆନ୍ଧ୍ରପ୍ରଦେଶର ଚିଙ୍ଗୁଡ଼ି ଶିଳ୍ପ ପ୍ରାୟ ୨୫,୦୦୦ କୋଟି (ପ୍ରାୟ ୨୫ ବିଲିୟନ ଡଲାର)ର ବ୍ୟାପକ କ୍ଷତି ସହିବ ବୋଲି ଆକଳନ କରାଯାଇଥିଲା। ଦାବି କରାଯାଇଥିଲା ଯେ ଶୁଳ୍କ ଯୋଗୁଁ ୫୦ ପ୍ରତିଶତ ଅର୍ଡର ବାତିଲ କରାଯାଇଛି।

ଭାରତରେ ଚୀନର ରାଷ୍ଟ୍ରଦୂତ ଶି ଫେଇହୋଙ୍ଗ ଭାରତ-ଚୀନ୍ ବାଣିଜ୍ୟ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, “୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଚୀନକୁ ଭାରତର ରପ୍ତାନି ୨୨ ପ୍ରତିଶତ ବୃଦ୍ଧି ପାଇଛି। ଚୀନ୍ ଏହାର ବଜାରରେ ପ୍ରିମିୟମ୍ ଭାରତୀୟ ସାମଗ୍ରୀକୁ ଅଧିକରୁ ଅଧିକ ସ୍ଥାନ ଦେବ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ