ଅନୁପପୁର ରେଳ ଷ୍ଟେସନରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶ, 27.10: ସୋମବାର ସକାଳେ ମଧ୍ୟପ୍ରଦେଶର ଅନୁପପୁର ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣାରୁ ହେବାରୁ ବର୍ତ୍ତି ଯାଇଛି। ଏକ ଚଳନ୍ତା ମାଲବାହୀ ଟ୍ରେନରେ କୋଇଲା ଆବଶ୍ୟକତାରୁ ଅଧିକ ଓଭରଲୋଡେଡ୍ ରହିଥିଲା। ଏବଂ ଏହା ଏକ ବିଦ୍ୟୁତ୍ ତାର ସହିତ ସମ୍ପର୍କରେ ଧକ୍କା ହୋଇ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଏହା ଷ୍ଟେସନରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ତେବେ ଘଟଣା ଯୋଗୁଁ ଅନେକ ଟ୍ରେନର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁଯାୟୀ,ମାଲବାହୀ ଟ୍ରେନଟି ବିଳାସପୁରରୁ କଟନି ଅଭିମୁଖେ ଯାଉଥିଲା , କୋଇଲାରେ ଓଭରଲୋଡିଂ ଥିଲା।ଅନୁପପୁର ରେଳ ଷ୍ଟେସନରେ ଉପରେ ବିସ୍ତାରିତ ହାଇଟେନସନ୍ ଲାଇନକୁ ଛୁଇଁବା କାରଣରୁ ଏଭଳି ଘଟଣା ଘଟିଛି। ଏହି କାରଣରୁ ଷ୍ଟେସନ ପରିସରରେ ହିଁ ବିସ୍ଫୋରଣ ଆରମ୍ଭ ହୋଇଥିଲା ଏବଂ ଚାରିଆଡ଼େ ବିଦ୍ୟୁତ ସ୍ପାର୍କ ଦେଖାଯାଉଥିଲା।
ରିପୋର୍ଟ ଅନୁସାରେ, ଘଟଣା ଘଟିବା ସମୟରେ ରେୱାଛିରମିରି ପାସେଞ୍ଜର ଷ୍ଟେସନ ପରିସରରେ ଥିବା ପ୍ଲାଟଫର୍ମ ନମ୍ବର ଏକରେ ପାର୍କିଂ କରାଯାଇଥିଲା ଏବଂ ଯାତ୍ରୀମାନେ ସେଠାରେ ଭିଡ ଜମାଇଥିଲେ । ମାଲବାହୀ ଟ୍ରେନ୍ ଅନ୍ୟ ଟ୍ରାକ ଦେଇ ଯାଉଥିଲା। ତେଣୁ, ଜୀବନ ହାନି କିମ୍ବା କୌଣସି କ୍ଷତି ହେବାର ସୂଚନା ନାହିଁ। ପରେ ରେଳ କର୍ମଚାରୀମାନେ ଦ୍ରୁତ ଗତିରେ ଓଭରଲୋଡେଡ୍ କୋଇଲା ବୋଝେଇ ମାଲବାହୀ ଟ୍ରେନ୍କୁ ପ୍ଲାଟଫର୍ମ ନମ୍ବର 4ର ଅତିରିକ୍ତ ୟାର୍ଡକୁ ସ୍ଥାନାନ୍ତରିତ କରିଥିଲେ।

