Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ, ଗୋଚର ଜମି ଉଚ୍ଛେଦ ଦାବିରେ ଯୁଧିଷ୍ଠିର ପୁର ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ବିରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ତହସିଲ ଅନ୍ତର୍ଗତ ଯୁଧିଷ୍ଟିର ପୁର ଗ୍ରାମର ସରକାରୀ ଓ ଗୋଚର୍ ଜମି କୁ କିଛି ଅସାମାଜିକ ଲୋକ ବେଆଇନ୍ ଭାବେ ଯୋର ଜବରଦସ୍ତ ଦଖଲ କରିଥିବାରୁ ଗାଆଁ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମଖୀନ ହେଉଛନ୍ତି l ଏଥି ସହିତ ଗୋଚର ଜମି କିଛି ଲୋକ ଜବର ଦଖଲ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି l ଏହି ଜବରଦଖଲ କରିଥିଲା ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ସୋମବାର ଗାଆଁ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଲୋକ ତହସିଲ ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଲୋଗାନ ଓ ନରା ବାଜି ଦେଇ ଥିଲେ l ସେମାନଙ୍କ ଅଭିଯୋଗ ଏହି ଯେ ଯୁଧିଷ୍ଟିର ପୁର ମୌଜା ଗ୍ରାମର ଗୋଚର୍ ଜମି ରେ କିଛି ଅସାମାଜିକ ଲୋକ ଜବରଦଖଲ କରି  କପା ଓ ଅନ୍ୟାନ୍ୟ ଫସଲ କରିଥିବାରୁ ଗାଆଁ ର ଗୋରୁ ଗାଈ, ଖାଦ୍ୟପାଇଁ ଚାରଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗାଈ ଗୋରୁଙ୍କ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି l ତେଣୁ ଗାଆଁ ର ଗୋଚର ଜମି କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଏକଜୁଟ ହୋଇ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦlର ନ ଥିବାରୁ ଅତିରିକ୍ତ ତହସିଲଦାର  ସ୍ୱାଗତ କୁମାର ପଣ୍ଡା ଙ୍କୁ  ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି I ଅତିରିକ୍ତ ତହସିଲଦାର ଙ୍କୁ ଏକ ମାସ ଭିତରେ ଜବରଦଖଲ ଉଚ୍ଛେଦ ନ କଲେ ଆଗମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଳି କହିଥିଲେ I ଫଳରେ ଅତିରିକ୍ତ ତହସିଲଦାର ଶ୍ରୀ ପଣ୍ଡା  ତଦନ୍ତ କରାଯିବ, ମୁଁ ତହସିଲଦାର ଙ୍କୁ କହିବି ଯଦି ବେଆଇନ୍ ଭାବେ କେହି ଗୋଚର ଜମି ଜବରଦଖଲ କରିଥିବେ ତାହେଲେ ସରକାରଙ୍କ ନିୟମ ଅନୁଯାୟୀ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ଉଛେଦ କରାଯିବ ବୋଲି ପ୍ରତଶ୍ରୁତି ପରେ ଆନ୍ଦୋଳନ କlରିମାନେ ତହସିଲ ଘେରାଉ ରୁ ବିରତ ରହିଥିବା ଦେଖିବାକୁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ