ସରକାରୀ କର୍ମଚାରୀ ସଂପତ୍ତି ତାଲିକା ଦେବାକୁ ବାଧ୍ୟ, ନଦେଲେ ପ୍ରମୋସନ୍ ବନ୍ଦ
ଭୁବନେଶ୍ବର: ସରକାରୀ କର୍ମଚାରୀ ସଂପତ୍ତି ତାଲିକା ଦେବାକୁ ବାଧ୍ୟ। ନଦେଲେ ପ୍ରମୋସନ୍ ହେବନି ବୋଲି କହିଛନ୍ତି ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବାରମ୍ବାର ଅବଗତ କରାଗଲେ ମଧ୍ୟ କର୍ମଚାରୀଙ୍କୁ ଚେତନା ପସୁନାହିଁ। ୨୦୨୪ ଲାଗି ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଉନାହାନ୍ତି।
ନଭେମ୍ବରରୁ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହେବ। ୨୦୨୪ ବର୍ଷ ପାଇଁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ କି ଏଚ୍ଆର୍ଏମ୍ଏସ୍ ପୋର୍ଟାଲ ଖୋଲାଯିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ଏନେଇ ପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାର୍ଷିକ ସମ୍ପତ୍ତି ତାଲିକା ଦେବା କର୍ମଚାରୀମାନଙ୍କ ପାଇଁ ଏକ ବାଧ୍ୟତାମୂଳକ ନିୟମ ଭାବେ କାର୍ଯ୍ୟକାରୀ ହେବ। ସେହିଭଳି ୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ ଦିଆଯାଇଛି।

