Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇସିୟୁରେ ଶ୍ରେୟାସ; ଛାତିରେ ବଲ୍ ବାଜି ହୋଇଥିଲା ଇଣ୍ଟରନାଲ୍ ବ୍ଲିଡିଙ୍ଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶ୍ରେୟାସ ଆୟର୍ ଏବଂ ଯିଏକି ୱାନ୍ ଡେ ଇଣ୍ଟରନାଶନାଲ ମ୍ୟାଚ ର ଭାଇସ୍ କ୍ୟାପଟେନ୍ | ସେ ଏବେ ସିଡନି ହସପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ୱାନ୍ ଡେ ମ୍ୟାଚ ଖେଳିବା ସମୟରେ ଏହି ଅଘଟଣ ଘଟିଥିଲା | ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଶ୍ରେୟାସଙ୍କ ଛାତିରେ ଇଣ୍ଟରନାଲ୍ ବ୍ଲିଡିଙ୍ଗ ହୋଇଥିଲା ଯେଉଁଥିପାଇଁ ସେ ହସପିଟାଲରେ ଭର୍ତ୍ତୀ ହୋଇଛନ୍ତି ।

ସିଡନିରେ ହୋଇଥିବା ତୃତୀୟ ୱାନ୍ ଡେ ମ୍ୟାଚରେ ଫିଲଡରେ କ୍ୟାଚ ଧରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ବଲ୍ ତାଙ୍କ ବାମ ଛାତିରେ ବାଜିଥିଲା ଯାହା ଖୁବ ଆଘାତ ଦେଇଥିଲା | ସେ ବିଳମ୍ବ ନ କରି ଏହାପରେ ସେ ଡ୍ରେସିଂ ରୁମକୁ ଫେରିଯାଇଥିଲେ | ଆଉ ଏହାପରେ ସେଠାକାର ଡାକ୍ତରୀ ଟିମ ଏବଂ ଫିଜିଓ ଟିମ ତାଙ୍କର ଚେକଅପ୍ କରିଥିଲେ | ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଆଡମିଟ୍ କରାଯାଇଥିଲା।

ସେଠାକାର ଟିମ ତାଙ୍କୁ ଚେକଅପ୍ କରିଥିଲେ | ରିପୋର୍ଟରେ ଅନୁଯାୟୀ ଶ୍ରେୟାସଙ୍କ ଛାତିରେ ଇଣ୍ଟରନାଲ ବ୍ଲିଡିଙ୍ଗ ହୋଇଛି ସେଥିପାଇଁ ତାଙ୍କୁ ତରୁନ୍ତ ଆଇସିୟୁକୁ ସିଫଟ୍ କରାଯାଇଥିଲା। ତାଙ୍କୁ ୩ ସପ୍ତାହ ରେଷ୍ଟ ନେବାକୁ ସେଠାକାର ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ | କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଏବେ ଏହାର ସମୟ ସୀମା ବଢିପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି | ଏହା ଅନୁମାନ କରାଯାଉଛି ଯେ ଶ୍ରେୟାସ ଆଉ ଗୋଟେ ସପ୍ତାହ ଅଧିକ ହସିପଟାଲରେ ରହିପାରନ୍ତି ।

ବର୍ତ୍ତମାନ ସୂଚନା ମୁତାବକ ଶ୍ରେୟାସଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି | ସିଡନିର ଡାକ୍ତରୀ ଟିମ ଯେ ପଯ୍ୟନ୍ତ ତାଙ୍କୁ ଫିଟ ବୋଲି ରିପୋର୍ଟ ଦେଇନାହାନ୍ତି ସେ ପଯ୍ୟନ୍ତ ୩୧ ବର୍ଷିୟ ଶ୍ରେୟାସ ଭାରତକୁ ଫେରିପାରିବେ ନାହିଁ । ଇଣ୍ଡିଆ ଟି-ଟ୍ବେଣ୍ଟି ସ୍ବାଡରେ ଶ୍ରେୟାସ ନାହାନ୍ତି । ତେବେ ସେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ପୁଣି ଫିଲଡକୁ ଫେରିବେ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ