ଅଷ୍ଟମ ବେତନ କମିଶନ ପାଇଁ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରୀ; ବଢ଼ିବ କର୍ମଚାରୀଙ୍କ ଦରମା, ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ
ଅଷ୍ଟମ ବେତନ ଆୟୋଗ ନିୟମାବଳୀକୁ କ୍ୟାବିନେଟ୍ ଅନୁମୋଦନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଅନୁମୋଦନ ମିଳିଛି। ଅଷ୍ଟମ ବେତନ ପ୍ୟାନେଲ ସୁପାରିଶ ଦାଖଲ କରିବ। ଯାହାର ଆଧାରରେ ଅଷ୍ଟମ ବେତନ ଆୟୋଗ ଲାଗୁ ହେବ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ ଏହି କମିଶନର ଅଧ୍ୟକ୍ଷ ଭାବରେ ନେତୃତ୍ୱ ନେବେ। ଏହା ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ବ୍ରିଫିଂରେ ଏହି ସୂଚନା ଦେଇଛନ୍ତି। ଏହା ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପ୍ରଦାନ କରିବ । ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ କମିଶନର ମୁଖ୍ୟ ହେବେ, ପ୍ରଫେସର ପୁଲକ ଘୋଷ ସଦସ୍ୟ ହେବେ ଏବଂ ପଙ୍କଜ ଜୈନ ଏହାର ସଦସ୍ୟ-ସଚିବ ରହିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସନ୍ଦର୍ଭ ସର୍ତ୍ତାବଳୀ (ToR)କୁ ମଞ୍ଜୁରୀ ଦେଇଛି । ଏହା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ପେନସନ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାର କମିଶନର ଗଠନ, କାର୍ଯ୍ୟାଦେଶ ଏବଂ ସମୟସୀମାକୁ ଚୂଡ଼ାନ୍ତ କରିସାରିଛନ୍ତି। ପ୍ୟାନେଲ ୧୮ ମାସ ମଧ୍ୟରେ ତାଙ୍କର ସୁପାରିଶ ଦାଖଲ କରିବ ଏବଂ ସଂଶୋଧିତ ଦରମା ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

