Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଘମାରି ଗ୍ରାମ ଅଜିତ ହତ୍ୟାକାଣ୍ଡ ଘଟଣା ରେ ଆସାମୀକୁ ଧରିବା ଦାବିରେ ଏସ୍ ଡି ପିଓ ଅଫିସ ଘେରାଉ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଘମାରି ଗାଁର ଅଜିତ ଖଣ୍ଡଗିରି କୁ ନିକଟସ୍ଥ ମେଣ୍ଢାମାଳ ଗାଁ ରେ ଗତ ୨ ମାସ ତଳେ ହତ୍ୟା କରିଥିଲେ l ଉକ୍ତ ମାମଲା ରେ ୪ଜଣ ଗିରଫ ହୋଇଥିବା ବେଳେ ଆଉ ୩ଜଣଙ୍କୁ ପୋଲିସ ଗିରଫ କରିନଥିବା ପ୍ରତିବାଦ ରେ ଆଜି ବୀରମହାରାଜପୁର ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ l ସେମାନଙ୍କ ଗୋଟିଏ ଜିଦ ଅସମୀଙ୍କୁ ଗିରଫ କର ନହେଲେ ଆନ୍ଦୋଳନ ଜାରୀ ରହିବ ବୋଲି ଜିଦ ଧରୁଥିବାର ଦେଖିବାକୁ ମିଳିଥିଲା l ଗତ ଅଗଷ୍ଟ ୨୮ ତାରିଖ ରାତି ୧0ଟା ସମୟରେ ମେଣ୍ଢାମାଳ ଠାରେ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା l ଏସଂକ୍ରାନ୍ତ ରେ ବୀରମହାରାଜପୁର ଥାନାରେ ୨୯ ଅଗଷ୍ଟ ରେ ମାମଲା ରୁଜୁ ହୋଇଥିଲା l ମଙ୍ଗଳବାର ଏହି ଘେରାଓ ସମୟରେ ମୃତ ଅଜିତ ର ବାପା ଭୁବନ ଖଣ୍ଡଗିରି , ମାଆ ଆରତୀ ଖଣ୍ଡଗିରି , ମାଇଁ ପ୍ରତିଭା ମହାକୁର , ଭଉଣୀ ରୁବି ସମେତ ବାଘମାରି ଗ୍ରାମର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ l ଉକ୍ତ ଘେରାଉ ସମୟରେ ଆନ୍ଦୋଳନ କାରୀଙ୍କ ସହ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ , ଏସ ଡି ପି ଓ ହେମନ୍ତ ରାଓ , ଆଲୋଚନା କରିଥିଲେ I ଆଲୋଚନା ବିଫଳ ହେବାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ସହ ମୃତକ ର ମା ଆରତୀ ଖଣ୍ଡଗିରି ଟେଲିଫୋନ ରେ କଥା ହେଲା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ