ଖଣ୍ଡହତା ସିୟl ପରିବାର ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତl ରେ ଅଜି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡହତାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ସିୟା’ ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ , ସିୟା କାର୍ଯ୍ୟକାରୀ ସଭାପତି ଶୁସାନ୍ତ ଭୋଇ , ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୩୦ ଜଣ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କ ପଞ୍ଜିକରଣ କରି ଚକ୍ଷୁ ପରୀକ୍ଷା କରାଯାଇଥିଲା । ମହାନଦୀ ନେତ୍ର ଚିକିତ୍ସାଳୟ ଡାକ୍ତରୀ ଦଳ ଆସି ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମ କୁ ସିୟା ସମ୍ପାଦକ ସୁଦାମ ଗାଇଗରିଆ ସଦସ୍ୟ ଦିଲିପ ପଧାନ , ଦୁର୍ଯୋଧନ ମେହେର , ସତ୍ୟ ରଞ୍ଜନ ମେହେର , ଗୋବିନ୍ଦ ପଧାନ, ପ୍ରଶାନ୍ତ ମାଝି , ପଦ୍ମନାଭ ପଧାନ, ସୁମନ ବେଲଘରିଆ , ବାପି ମିଶ୍ର , ପ୍ରମୋଦ ପଣ୍ଡା, ବାସୁଦେବ ବେହେରା ଏବଂ ସିତାରାମ ଯୁବକ ସଂଘ ତରଫରୁ ଦିଗାମ୍ବର ପଧାନ, କୈଳାସ ପଧାନ, ଠାକୁର ବେହେରା, ଗୋପବନ୍ଧୁ ଧଳ, କୃଷ୍ଣଚନ୍ଦ୍ର ଧଳ, ସୌମିତ୍ରି ପଧାନ , ଆକାଶ ମେହେର , ସଞ୍ଜୟ ପଧାନ, ଜଗନ୍ନାଥ ଧଳ, ବାସୁଦେବ ଧଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

