ଆଜିର ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ଟକ୍କର ଦେବ ଭାରତ; ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଟିମ
xr:d:DAF1AhrkgqQ:2,j:5843830644327227230,t:23112318
ନୂଆଦିଲ୍ଲୀ: ଆଜି ଭାରତ ସହିତ ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଖେଳିବାକୁ ଯାଉଛି। ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟ ରଖିଛି ଭାରତ| ଦିନିକିଆ ସିରିଜରେ ପରାଜୟ ପରେ ଦ୍ଵିତୀୟ ଥର ପାଇଁ ଖେଳିବ ଭାରତ । ସୂର୍ଯ୍ୟକୁମାରଙ୍କ ସମେତ ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳି ଏହି ମ୍ୟାଚ ଖେଳିବେ।
ଭାରତୀୟ ଟିମର ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ଉପସ୍ଥିତି ଭାରତୀୟ ଟିମର ମନୋବଳ ବଢ଼ାଇଛି। ଦିନିକିଆରେ ଦୁର୍ବଳ ପ୍ରଦର୍ଶନ କରିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି । ଏହି ମ୍ୟାଚ ଭାରତୀୟ ଯୁବ ଖେଳାଳିଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ପକାଇବ। ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି । ଆମ ପାଖରେ ବିକଳ୍ପର ଅଭାବ ନାହିଁ । ଏଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ ବୋଲି ମ୍ୟାଚ୍ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି ।
ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ମଧ୍ୟ ତାଙ୍କର ଦୃଢୋକ୍ତି ରଖିଛନ୍ତି । ସେ କହିଛନ୍ତି ଯେ, ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଭଲ କରିବୁ ବୋଲି ମାର୍ଶ କହିଛନ୍ତି। ମ୍ୟାଚ୍ ଅପରାହ୍ଣ ୧ ଟା ୪୫ ମିନିଟରୁ ଆରମ୍ଭ ହେବ। କାନବେରା ପାଗ ଟିକେ ଖରାପ ରହିପାରେ । ଦିନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସଂଧ୍ୟାରେ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି | ଏହାକୁ ଦୃଷ୍ଟିରେ ରଖି ପୂରା ୪୦ ଓଭର ଖେଳ ଭଲରେ ସରିବାର ଆଶା ରହିଛି। ମାନୁକା ଓଭାଲରେ ପାରମ୍ପରିକ ଭାବେ ବଡ଼ ସ୍କୋର୍ ହେଉନଥିବାରୁ ଆଜି ମଧ୍ୟ ଏହା ଜାରି ରହିପାରେ । ମାନୁକା ଓଭାଲରେ ୫ଟି ଟ୍ବେଣ୍ଟି-୨୦ ଖେଳାଯାଇଥିଲା।
ଏହି ଖେଳରେ ପ୍ରଥମ ଓ ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଭାରତ ଏଠାରେ ଗୋଟିଏ ଟ୍ବେଣ୍ଟି-୨୦ ଖେଳି ଜିତିଛି । ଏବଂ ଆଗକୁ ମଧ୍ୟ ଜିତିବାର ଆଶା ରଖିଛି ଭାରତୀୟ ଟିମ |

