Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫ୍‌-ଅମ୍ରିତାଙ୍କ ପୁଅ ଇବ୍ରାହିମ୍‌; ଏହି ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ: ବଡ ପରଦାରେ ପାଦ ଦେବେ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂଙ୍କ ଏବଂ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ୍‌। ତେବେ ଏହାର ଖୁଲାସା କରିଛନ୍ତି ଇବ୍ରାହିମ୍‌ଙ୍କ ଭଉଣୀ ତଥା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ସାରା ଚଳିତ ବର୍ଷ କାନ୍ସ ଡେବ୍ୟୁ କରିଛନ୍ତି।

ସୂଚନା ଅନୁଯାୟୀ ଇବ୍ରାହିମ୍‌ ଅନୁପମା ଚୋପ୍ରାଙ୍କ ଫିଲ୍ମ ‘କମ୍ପାନିଅନ୍‌’ରେ ଅଭିନୟ କରିବେ। ସେ ତାଙ୍କ ପ୍ରଥମ ଫିଲ୍ମ ପାଇଁ ସୁଟିଂ ଶେଷ କରିଥିବା ମଧ୍ୟ କହିଛନ୍ତି ସାରା।

ସେ ଓ ତାଙ୍କ ମା ଅମୃତା ଏଥିପାଇଁ ବେଶ୍‌ ଖୁସି ଥିବା ସେ କହିଛନ୍ତି। ସାରା ଆହୁରି କହିଛନ୍ତି ଯେ ଆଲିଆ ଭଟ୍ଟ, ରଣବୀର ସିଂ, ଜୟା ବଚ୍ଚନ, ଧର୍ମେନ୍ଦ୍ର ଏବଂ ଶବାନା ଆଜମିଙ୍କ ଅଭିନୀତ ଫିଲ୍ମ ରକି ଔର୍‌ ରାନୀ କୀ ପ୍ରେମ୍‌ କାହାନୀରେ ମଧ୍ୟ ଇବ୍ରାହିମ କରଣ ଜୋହରଙ୍କୁ ଆସିଷ୍ଟ କରିଛନ୍ତି।

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବତନ ପତ୍ନୀ ହେଉଛନ୍ତି ଅଭିନେତ୍ରୀ ଅମ୍ରିତା ସିଂ। ସୈଫ୍‌ ଓ ଅମୃତା ସିଂ ୧୯୯୧ ରେ ବିବାହ କରିଥିଲେ। ୨୦୦୪ ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଏହାପରେ ସୈଫ ଅଲି ଖାନ ୨୦୧୨ ରେ କରୀନା କପୁରଙ୍କୁ ବିବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ