Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ହାଇ ସ୍କୁଲ ରେ ଦୁର୍ନୀତି ନିବାରଣ ସଚେତନତା ଅବସରରେ ଶପଥପାଠ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସାଧୁତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଦୁର୍ନୀତି କାର୍ଯ୍ୟ ଦେଖିଲେ ବିରୋଧ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସମେତ ଶିକ୍ଷକ ପ୍ରତିନିଧି ପ୍ରମୋଦ କୁମାର ପାତ୍ର, ସହକାରୀ ଶିକ୍ଷକ ଜଗଦିଶ ପଧାନ, ମୀନକେତନ ରଣା ଶିକ୍ଷା କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସି୍ଧେଶ୍ୱର ମେଣ୍ଡିଲି, ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ