Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଝାଡୁଦାର ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ହିଲୁଙ୍ଗ, ଚମ୍ପାମାଲ , ଭୁଦବର, ଜନକପୁର ଓ ମେଣ୍ଡିଲୀପାଲି ଗ୍ରାମର ପ୍ରାୟ ୧୮ ଜଣ ମହିଳା ମାନେ ଝାଡୁଦାର ନିଯୁକ୍ତି ପାଇବା ପାଇଁ ଠକାମୀର ଶିକାର ହୋଇଥିବା ଜଣାଯାଇଛି। ଠକାମୀର ଶିକାର ହୋଇଥିବା ଉକ୍ତ ସମସ୍ତ ଗ୍ରାମର ମହିଳା ମାନେ ଦେଇଥିବା ଟଙ୍କା ଫେରସ୍ତ ପାଇବା ସହିତ ଠକ ଦୁଇ ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ଉପଖଣ୍ଡରେ କିଛି ମହିଳା ମାନଙ୍କୁ ଝାଡୁଦାର ଭାବରେ କାର୍ଯ୍ୟ ଯୋଗାଇ ଦେବା ପାଇଁ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କର୍ଡୁଲା ଗ୍ରାମର ଦୁଷ୍ମନ୍ତ ତାଣ୍ଡିଆ ଓ ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଋଷୁର୍ଡା ଗ୍ରାମର ଖଟିଆନ ବାଦି ହିଲୁଙ୍ଗ ଗ୍ରାମର ମହିଳା ମାନଙ୍କୁ କହିଥିଲେ । ସେମାନଙ୍କୁ ନିଯୁକ୍ତି ଦିଆଯିବ କହି ଜଣ ପିଛା ୧୨ ହଜାର ଟଙ୍କା ଲେଖାଏଁ ପ୍ରାୟ ୧୮ ଜଣ ମହିଳାଙ୍କ ଠାରୁ ନେଇ ଯାଇଛନ୍ତି । ସେମାନଙ୍କୁ କେବେହେଲେ ଦିନଟିଏ ମଧ୍ୟ ଝାଡୁଦାର ଭାବରେ ନିଯୁକ୍ତି ଦିଆଯାଇ ନାହିଁ। ଯାହାପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ସେମାନେ ଦେଇଥିବା ଫୋନ ମଧ୍ୟ ଲାଗୁ ନାହିଁ । ମହିଳା ମାନେ ଗରିବ ଶ୍ରେଣୀର ହୋଇଥିବାରୁ ଚାକିରି ର ଲୋଭରେ ଧାର କରଜ କରି ଜଣ ପିଛା ୧୨ ହଜାର ଲେଖାଏଁ ଦେଇଥିବା କହିଛନ୍ତି। ଏବେ ସେହିଲୋକ ଦୁଇଜଣ ଠକ ହୋଇଥିବା ଜାଣିବାପରେ ମହିଳା ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଝାଡୁଦାର ଚାକିରି ନହେଲେ ନାହିଁ ପଛେ ତାଙ୍କ ଠାରୁ ସେମାନେ ଦେଇଥିବା ୧୨ ହଜାର ଟଙ୍କା କିପରି ଫେରସ୍ତ ପାଇବେ ସେଥିପାଇଁ ଦାବି କରିବା ସହିତ ଠକ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହି ଠକ ମାନେ ବିଭିନ୍ନ ସ୍ଥାନରେ ଠକାମୀ କରିଛନ୍ତି ।

ଏନେଇ ସେ ବୁର୍ଲା ଓ ଭେଡେନ ଥାନା ସହିତ ଯୋଗାଯୋଗ କରି ଠକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ମାମଲା ରୁଜୁ କରିବାକୁ ଆଇ ଆଇ ସି ସାରଙ୍ଗଧର ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ