Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦମଡିହି ମହାତ୍ମା ଗାନ୍ଧୀ ଯୁକ୍ତଦୁଇ ର ଛାତ୍ର ଚନ୍ଦନ ଜାତୀୟ ଭଳିବଲ ପାଇଁ ମନୋନୀତ

ଝାରସୁଗୁଡା ୩୧/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କଦମଡିହି ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଶ୍ରେଣୀର ଛାତ୍ର ଚନ୍ଦନ କାଲୋ ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତାରେ ଉନ୍ନତ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ଜାତୀୟ ସ୍ତର ପାଇଁ ମନୋନୀତ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ହନୁମାନ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚରମ୍ପା ଠାରେ ଚଳିତ ମାସ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗନେଇ ଜାମଗାଁ ଗ୍ରାମର ଭକ୍ତ କାଲୋ ଓ ମାତା ଯଶୋଦାଙ୍କ ପୁତ୍ର ଚନ୍ଦନ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ ଏବଂ ଆସନ୍ତା ନଭେମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ହେବାକୁ ଥିବା ୬୯ତମ ଜାତୀୟ ସ୍କୁଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ତାଙ୍କ ଏହି ଅଭିନବ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପିକା ଟୁଟି, କ୍ରୀଡ଼ା ଶିକ୍ଷକ ଶିବ ଦାସ ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ସହପାଠୀ ଛାତ୍ରଛାତ୍ରୀ ଚନ୍ଦନଙ୍କୁ ଅଭିନନ୍ଦନ ଓ ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଚନ୍ଦନ ଙ୍କ ଏହି ସଫଳତା କେବଳ ଯେ, ବିଦ୍ୟାଳୟରେ ସୀମିତ ନୁହେଁ ବରଂ ସମଗ୍ର ଜିଲ୍ଲା ପାଇଁ ସେ ଗୌରବ ଆଣିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ