ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଜାତୀୟ ଏକତା ଦିବସ ପାଳିତ
 
        ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ଭାରତ ର ପ୍ରଥମ ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ଉପ ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ , ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି l ଶୁକ୍ରବାର ଏ ଉପଲକ୍ଷେ ପ୍ରଥମେ ଛାତ୍ର ଓ ଶିକ୍ଷକ ମାନେ ଏକତା ଶପଥ ପାଠ କରିଥିଲେ l ପରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଶିକ୍ଷକ ଓ ଛାତ୍ର ମାନେ ଦେଶୀୟ ରାଜ୍ୟ ମିଶ୍ରଣ ଓ ଏକ ସୁଦୃଢ ଭାରତ ଗଠନ ରେ ସର୍ଦ୍ଦାର ପଟେଲ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

 
                        
 
                                 
                                 
                                 
                                 
                                