ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
 
        ବୀରମହାରାଜପୁର  :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ କରାଯାଇଛି । ୧୮୭୫ ମସିହା ଅକ୍ଟୋବର ୩୧ ତାରିଖ ରେ ଜନ୍ମଗ୍ରହଣ କରିଥିବା  ରାଷ୍ଟ୍ରବାଦୀ ନେତା ସର୍ଦ୍ଦାର ପଟେଲ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରି ଭାରତର ଏକତା, ଅଖଣ୍ଡତା ଓ କୃଷକ ସଶକ୍ତିକରଣର ପ୍ରତୀକ ରୂପେ ସର୍ଦ୍ଦାର ଭାବରେ ମାନ୍ୟତାପ୍ରାପ୍ତ ହୋଇଥିଲେ । ଶୁକ୍ରବାର ତାଙ୍କର ଜନ୍ମଦିନକୁ ପାଳନ ପାଇଁ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା  l ଏଥିରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ସୌମିତ୍ରୀ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ଜୀବନି ଉପରେ ବକ୍ତବ୍ୟ ରଖିଥିଲେ  । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ସ୍ବାଗତ କରିଥିବାବେଳେ  ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ ଓ ମଞ୍ଚାସୀନ ସମସ୍ତ ଅତିଥି ସ୍ବର୍ଗତ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଅନୁଷ୍ଠାନର ସଦସ୍ୟ ଅକ୍ରୂର ଦନ୍ତା , ଗୋପୀନାଥ ମହାକୁର , ନାରାୟଣ ପ୍ରସାଦ ନାୟକ, ନିମାଇଁ ଚରଣ ପଣ୍ଡl , ଶ୍ୟାମସୁନ୍ଦର ସେଠୀ , ଧର୍ମ ଦତ୍ତ ପାଢ଼ୀ , ବଳରାମ କାଣ୍ଡ , ବାସୁଦେବ ପଣ୍ଡl , ଜିତେନ୍ଦ୍ରିୟ ପଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 
                        
 
                                 
                                 
                                 
                                 
                                