Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୨ ବର୍ଷରେ ଦ୍ୱିତୀୟ ବିବାହ କଲେ କି ଅଭିନେତ୍ରୀ ମହିମା ଚୌଧୁରୀ…

ନୂଆଦିଲ୍ଲୀ: ଅଭିନେତ୍ରୀ ମହିମା ଚୌଧୁରୀ ତାଙ୍କର ସଦ୍ୟତମ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ୫୨ ବର୍ଷ ବୟସରେ ସେ ବଧୂ ବେଶରେ ସଜେଇ ହୋଇଛନ୍ତି। ସେ ଅଭିନେତା ସଞ୍ଜୟ ମିଶ୍ରଙ୍କ ସହିତ ବଧୂ ଲୁକରେ ପୋଜ୍ ଦେଉଥିବାର ଦେଖାଯାଉଛି।

ଭିଡିଓରେ ସେ କହୁଛନ୍ତି, “ଏହି ଲୋକମାନେ ବିବାହର ଅତିଥି।” ତାଙ୍କ ପାଖରେ ଠିଆ ହୋଇଥିବା ଅଭିନେତା ସଞ୍ଜୟ ମିଶ୍ର ମଧ୍ୟ ତାଙ୍କ ସହିତ ପୋଜ୍ ଦେଉଥିବାର ଦେଖାଯାଉଛି। ଏହାପରେ ଅଭିନେତ୍ରୀ ପାପାରାଜିମାନଙ୍କୁ କୁହନ୍ତି, “ଯିବା ପୂର୍ବରୁ କିଛି ମିଠା ଖାଅ।” ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖାସ୍ କଥା ହେଉଛି ସେ ସତ ଜୀବନରେ ବିବାହ କରୁନାହାଁନ୍ତି ବରଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୁର୍ଲଭ ପ୍ରସାଦ’ ଫିଲ୍ମର ପ୍ରମୋସନ ପାଇଁ ଏକ ବଧୂ ଭୂମିକାରେ ସଜେଇ ହୋଇ ପୋଜ ଦେଇଛନ୍ତି। ଯେଉଁଥିରେ ସଞ୍ଜୟ ମିଶ୍ର ବର ଭାବରେ ଦେଖାଯାଉଛି। ଫିଲ୍ମର ପ୍ରମୋସନ ପାଇଁ ଏକ ଫଟୋସୁଟ୍ ଚାଲିଥିଲା। ସଞ୍ଜୟ ଏବଂ ମହିମା ପାପାରାଜିଙ୍କ ସାମ୍ନାରେ ଏକାଠି ପୋଜ୍ ଦେଉଥିବାର ଦେଖାଯାଉଛି। ତେବେ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ଦେଖି ହଠାତ୍ ଚକିତ ହୋଇପଡ଼ିଥିଲେ। ଅଭିନେତ୍ରୀ ମହିମା ଚୌଧୁରୀ ସମ୍ପ୍ରତି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୁର୍ଲଭ ପ୍ରସାଦଙ୍କ ଦ୍ୱିତୀୟ ବିବାହ’ ପାଇଁ ଏକ ମୋସନ୍ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସଞ୍ଜୟ ମିଶ୍ର ଏବଂ ମହିମା ଚୌଧୁରୀ ନିଜ ନିଜ ଭୂମିକାରେ ଅଛନ୍ତି। ପୋଷ୍ଟରରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଦ୍ୱିତୀୟ ବିବାହ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ