Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୩ରେ ନୂଆପଡ଼ା ଗସ୍ତ କରିବେ ନବୀନ, ଭିଡିଓ ବାର୍ତ୍ତାରେ ଦେଲେ ସୂଚନା…

ଭୁବନେଶ୍ବର: ନୂଆପଡ଼ା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ସେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତା ୩ ତାରିଖରେ ସେ କୋମନା ଯିବେ ବୋଲି କହିବା ସହିତ ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି କହିଛନ୍ତି। ଏହି ଅବସରରେ ସେ ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ।

ଭିଡିଓରେ ନବୀନ କହିଛନ୍ତି ଯେ “ଜୟ ଜଗନ୍ନାଥ, କୋମନାର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ। ମୁଁ ନଭେମ୍ବର ୩ରେ କୋମନା ଗସ୍ତ କରିବି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବି ଏବଂ ଆପଣଙ୍କ ସହିତ କଥା ହେବି।” ଏଥିସହିତ ସେ ତାଙ୍କ ନିଆରା ଶୈଳୀରେ ଆପଣମାନେ ଖୁସି ତ ବୋଲି ମଧ୍ୟ ପଚାରିଥିଲେ। ଏସମ୍ପର୍କରେ ଶୁକ୍ରବାର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ତେବେ ଏହି ଗସ୍ତ ମାଧ୍ୟମରେ ବିଜେଡି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ସମର୍ଥନ ସୁଦୃଢ଼ କରିବାକୁ ପ୍ରୟାସ କରିବ। ଅପରପକ୍ଷରେ ନବୀନଙ୍କ ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ