Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୨ ବର୍ଷରେ ପ୍ରବେଶ କଲେ ‘ନୀଳନୟନା’ ଐଶ୍ୱର୍ଯ୍ୟା ରାୟ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ହସ ସାରା ବିଶ୍ୱକୁ ମୋହିତ କରିଥିଲା। ସେ ୧୯୯୪ ମସିହାରେ ମିସ୍ ୱାର୍ଲ୍ଡ ହୋଇ ଭାରତକୁ ଗୌରବ ଆଣିଥିଲେ, କିନ୍ତୁ ଏହି ପଦବୀ ପାଇଁ ଯାତ୍ରା ସହଜ ନଥିଲା। ସୁସ୍ମିତା ସେନଙ୍କ ସହ ପ୍ରାରମ୍ଭିକ ତୁଳନା, କିଛି ଫ୍ଲପ୍ ଫିଲ୍ମର ଚାପ ଏବଂ ଷ୍ଟାରଡମର ଚମକରେ ନିଜକୁ ହଜିଯିବାର ଭୟ – ଐଶ୍ୱର୍ଯ୍ୟା ଏସବୁ ସହ୍ୟ କରିଥିଲେ।

ତଥାପି ସେ ହାର ମାନି ନଥିଲେ। ତାଙ୍କ କଠିନ ପରିଶ୍ରମ ଏବଂ ଚଳଚ୍ଚିତ୍ରରେ ସେ କରିଥିବା ଶକ୍ତିଶାଳୀ ଭୂମିକା ମାଧ୍ୟମରେ ଐଶ୍ୱର୍ଯ୍ୟା ନିଜକୁ ପ୍ରମାଣିତ କରିଥିଲେ ଏବଂ ଜଣେ ବିଶ୍ୱସ୍ତରୀୟ ଆଇକନ୍ ଭାବରେ ଉଭା ହୋଇଥିଲେ। ମାଆ ହେବା ପରେ ସେ ଚଳଚ୍ଚିତ୍ରରୁ ଦୂରେଇ ଯାଇଥିଲେ | କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଏବଂ ପରିଚୟ ଅକ୍ଷୁର୍ଣ୍ଣ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ