Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମାକାନ୍ତ ବିଶି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷା ବିଭାଗର ପ୍ରାଧ୍ୟାପକ ରମାକାନ୍ତ ବିଶି ଅକ୍ଟୋବର ୩୧ ରେ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲାଇବ୍ରାରୀଆନ ଶିବ ନାରାୟଣ ମହାକୁରଙ୍କ ସଂଯୋଜନାରେ ଏବଂ ପ୍ରାଧ୍ୟାପକ ସରୋଜ କୁମାର ପାଣ୍ଡିଆ ଙ୍କ ସଭାପତିତ୍ୱ ରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପଂଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦେବାଶିଷ ପାଣ୍ଡିଆ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଭକ୍ତନାଥ ପଣ୍ଡା, ରାଜନୀତି ବିଭାଗୀୟ ମୁଖ୍ୟ ରେଣୁକା ହୋତା , ଶିକ୍ଷା ବିଭାଗୀୟ ମୁଖ୍ୟ ତେଜଶ୍ରୀ ମିଶ୍ର , ସଂସ୍କୃତ ବିଭଗୀୟ ମୁଖ୍ୟ ଦୁର୍ବାସା ପ୍ରଧାନ , ବିକାଶ ଗଡୁଆ , ବାଣିଜ୍ୟ ବିଭାଗୀୟ ମୁଖ୍ୟ ଶାନ୍ତନୁ କୁମାର ପୁରୋହିତ, ବିଶ୍ୱନାଥ ନାଗ ପ୍ରମୁଖ ଶ୍ରୀଯୁକ୍ତ ବିଶି ଙ୍କ ଚାକିରୀ ଜୀବନର ସ୍ମୃତିଚାରଣ କରିଥିଲେ। ଶେଷରେ ଇଂରାଜୀ ପି ଜି ଟି ରାହୁଲ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ