Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବସିଥିଲେ ପିଏମ ମୋଦୀ, ଚାଲି ଚାଲି ଭେଟିବାକୁ ଆସିଲେ ଜୋ ବାଇଡେନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ଜାପାନର ହିରୋସୀମା ଗସ୍ତରେ ଅଛନ୍ତି। ଏଠାରେ ଜି-୭ ଦେଶର ଶିଖର ସମ୍ମିଳନୀ ଆୟୋଜନ ଚାଲିଛି। ଏହି ସମୟରେ ମୋଦୀଙ୍କ ସାକ୍ଷାତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହୋଇଛନ୍ତି। ତେବେ ରୋଚକ କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ବାଇଡେନ ଚାଲି ଚାଲି ତାଙ୍କ ସିଟ୍ ପର୍ଯ୍ୟନ୍ତ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମ୍ମାନର ସହ ଛିଡ଼ା ହୋଇ ବାଇଡେନଙ୍କୁ ଆଲିଙ୍ଗନ କରିଛନ୍ତି। ଏହା ପୂର୍ବରୁ ଅନେକ କାର‌୍ୟ୍ୟକ୍ରମରେ ଦୁଇ ନେତା ପରସ୍ପରକୁ ବହୁତ ଘନିଷ୍ଠତାର ସହ ସାକ୍ଷାତ କରି ସାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ହିରୋସୀମାରେ ପ୍ରସିଦ୍ଧ ଜାପାନୀ ଲେଖକ, ହିନ୍ଦୀ ଏବଂ ପଞ୍ଜାବୀ ଭାଷାବିତ୍ ପଦ୍ମଶ୍ରୀ ଡ. ତୋମିଓ ମିଜୋକାମୀ ଏବଂ ପ୍ରମୁଖ ଜାପାନୀ ଚିତ୍ରକାର ତାକାମାୟାଙ୍କୁ ଭେଟିଛନ୍ତି। ମୋଦୀ କହିଛନ୍ତି, ହିରୋସୀମାରେ ପ୍ରଫେସର ତୋମିଓ ମିଜୋକାମୀଙ୍କ ସହିତ ଆଲୋଚନା କରି ମୁଁ ବେଶ ଖୁସି। ଜାପାନଙ୍କ ଲୋକଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଏବଂ ସାହିତ୍ୟକୁ ଲୋପ୍ରିୟ କରାଇବା ପାଇଁ ଉଦ୍ୟମ ଜାରି ରହିଛି।

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ହିରୋସୀମା ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତୀମାର ଅନାବରଣ କରିଛନ୍ତି। ସେ କହିଛନ୍ତି, ଶାନ୍ତି ଏବଂ ସଦ୍ଭାବକୁ ନେଇ ଜାପାନ ଏବଂ ଭାରତ ସମଗ୍ର ଦୁନିଆରେ ପ୍ରତିନିଧିତ୍ଵ କରିଛନ୍ତି।