ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଚଲନ୍ତା ଟ୍ରକ ରେ ଲାଗିଲା ନିଆଁ : ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଟେସିଂହl ହରିହର ଯୋର ବ୍ରିଜ ପାଖରେ ଗତକାଲି ରାତ୍ରୀରେ ଏକ ଇଣ୍ଡିଆନ ଗ୍ୟାସ୍ ବୋଝାଇ ଟ୍ରକ୍ ଗଲାବେଳେ କୌଣସି କାରଣରୁ ହଠାତ୍ ନିଆ ଲାଗି ଜଳି ଯାଇଥିଲା l ଫଳରେ ଗାଡ଼ି ଡ୍ରାଇଭର ଓ ହେଲ୍ପର ଗାଡିରୁ ବହାରି ଅଳ୍ପକେ ବଞ୍ଚି ଯାଇଥିଲେ l ଖବରପାଇ ଗାଆଁ ପlଖଲୋକ ନିଆ କୁ ଆୟତ୍ତ କରାଇବାକୁ ଚେଷ୍ଟା କରିଥିଲେହେଁ କରିପାରିନଥିଲେ l ଖବରପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ବହୁ ସମୟପରେ ନିଆକୁ ଆୟତ୍ତ କରିଥିଲେ l ମିଳିଥିବା ସୂଚନା ଅନୁସାରେ ଟ୍ରକ୍ ନଂ -OD 31E 6865ଟି ରେଢ଼ାଖୋଲ ପଟୁ ବୀରମହାରାଜପୁର ଆଡକୁ ଆସୁଥିବାବେଳେ ଏହି ଘଟଣା ଘଟି ଥିଲା l ମାତ୍ର ଗ୍ୟାସ୍ ବୋଝେଇ ଟ୍ରକ ଟି ଅଧା ପୋଡିଯାଇଥିବା ଦେଖିବାକୁ ମିଳିଥିଲା , ଗ୍ୟାସ ଭର୍ତ୍ତି ଟାଙ୍କିରେ ନିଆ ଲାଗି ପାରି ନ ଥିଲା , ନ ହେଲେ ବଡ଼ ଦୁର୍ଘଟଣା ଘଟି ଯାଇଥାନ୍ତା ବୋଲି ପ୍ରତ୍ୟେକ୍ଷଦର୍ଶୀ ମାନେ କୁହନ୍ତି l

