Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ

ଭୁବନେଶ୍ୱର,୩|୧୧: ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟନ୍ୟ ବରିଷ୍ଠ ନେତାଙ୍କ ଉପସ୍ତିତିରେ ବିଜେପିରେ ସାମିଲ ହେଇଛନ୍ତି |

ନୂଆପଡା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ନୂଆ ନୂଆ ରଣନୀତି ଆପଣାଉଛନ୍ତି | କିନ୍ତୁ ଏହା ମଧ୍ୟରେ ବିଜେଡିକୁ ଆଉ ଏକ ଝଟକା ଲାଗିଛି| ନିର୍ବାଚନକୁ ନେଇ ବିଜେଡି ଜୋର ସୋରରେ ପ୍ରୟାସ ଆରମ୍ଭ କରୁଥିବା ବେଳେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡି ଅନ୍ୟ ଦଳରେ ମିଶିବାରେ ଲାଗିଛନ୍ତି |ଏହା ପୂର୍ବରୁ ଅନେକ ପ୍ରମୁଖ ନେତା ଦଳ ଛାଡି ଯାଇ ବିଜେପିରେ ମିଶିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ