Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀତବାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଉମା ବିଶୋୟୀ ଗିରଫ

ବ୍ରହ୍ମପୁର,୩|୧୧: ଆଇନଜୀବୀ ପୀତବାସଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣଙ୍କୁ ଗିରଫ କରିଛି ପୋଲିସ | ହତ୍ୟାର ସମ୍ପୂର୍ଣ୍ଣ ଯୋଜନା ରଚିଥିବା ଉମା ବିଶୋୟୀ ଏବେ ବ୍ରହ୍ମପୁର ପୋଲିସ ହାତରେ ଧରାପଡିଛି | ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାରରୁ ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା । ବିହାର ସାର୍ପ ସୁଟର ଦୁହେଁ ବ୍ୟକ୍ତିଗତ କାରଣରୁ ଫେରିଯିବା ପରେ ଉମା ସ୍ଥାନୀୟ ବନ୍ଥପଲ୍ଲୀ ଅଞ୍ଚଳର ଚିଣ୍ଟୁ ଓ କୁରୁପତିଙ୍କୁ ସାର୍ପ ସୁଟର ଭାବେ ନିୟୋଜିତ କରିଥିଲା ।

ପୂର୍ବରୁ ଏ ଘଟଣାରେ, ବ୍ରହ୍ମପୁର ପୋଲିସ ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ ବିକ୍ରମ ପଣ୍ଡା ସମେତ ୧୩ ଜଣଙ୍କୁ ଗିରଫ କରିଥିଲା ବେଳେ ଉଭୟ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁ ଫେରାର୍ ରହିଥିଲେ । କିନ୍ତୁ ଏବେ ବ୍ରହ୍ମପୁର ପୋଲିସ ଉମାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସାର୍ପ ସୁଟର କୁରୁପତି ଭୂୟାଁ ଏ ପର୍ଯ୍ୟନ୍ତ ଫେରାର୍ ରହିଛି ।

ସୂଚନା ଅନୁସାରେ, ବିକ୍ରମ ପଣ୍ଡାଙ୍କ ସହ ମିଶି ସବୁଦିନ ପାଇଁ ପୀତବାସଙ୍କୁ ହତ୍ୟା କରିବାକୁ ଏକ ବିଧିବଦ୍ଧ ଯୋଜନା ରଚିଥିଲେ ଶିବଶଙ୍କର ଦାଶ । ଆଉ ଏଥିରେ ସହଯୋଗ କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସହ ମିଶି ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ