Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀରେ ମାଛ ଧରିଲେ ରାହୁଲ ଗାନ୍ଧୀ…

ବେଗୁସରାଇ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ବେଗୁସରାଇରେ ଏକ ସାଧାରଣ ସଭାରେ ଯୋଗ ଦେବା ସମୟରେ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ନିରନ୍ତର ପ୍ରଚାର କରିଆସୁଛନ୍ତି। ଏହି ସମୟରେ ସେ ବେଗୁସରାଇର ମତ୍ସ୍ୟଜୀବୀଙ୍କୁ ଭେଟିଥିଲେ। କେବଳ ଟି-ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧି ଏକ ପୋଖରୀରେ ପ୍ରବେଶ କରିଥିଲେ ଏବଂ ଜାଲ ଧରି ମତ୍ସ୍ୟଜୀବୀଙ୍କ ସହିତ ମାଛ ଧରିବା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀ ପାଣିରେ ପ୍ରବେଶ କରିବା ଫଳରେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ତାଙ୍କ ସହିତ ପୋଖରୀକୁ ଯିବାକୁ ପଡିଥିଲା। ମାଛ ଧରିବାରେ କଠିନ ପରିଶ୍ରମକୁ ବୁଝିବାକୁ ଚେଷ୍ଟା କରି ରାହୁଲ ଗାନ୍ଧୀ ପୋଖରୀରେ ପ୍ରବେଶ କରିଥିଲେ। ଆଉ ମତ୍ସ୍ୟଜୀବୀଙ୍କ ସହିତ ମାଛ ଧରିବାକୁ ଚେଷ୍ଟା କରିଥିଲେ।

ଅପରପକ୍ଷେ ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ରାଜନୈତିକ ଦଳଗୁଡ଼ିକ ପ୍ରଚାରରେ ସେମାନଙ୍କର ପୂରା ଶକ୍ତି ଖଟାଇ ଦେଇଛନ୍ତି। ଏହାରି ଭିତରେ ବେଗୁସରାଇରେ ଏକ ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ରାହୁଲ ଗାନ୍ଧୀ ନୁହେଁ VIP ପାର୍ଟି ଅଧ୍ୟକ୍ଷ ମୁକେଶ ସାହାଣୀ, କଂଗ୍ରେସ ନେତା କହ୍ନୈୟା କୁମାର ମଧ୍ୟ କୌଣସି ଦ୍ୱିଧା ନକରି ପୋଖରୀକୁ ଡେଇଁ ମାଛ ଧରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ