ବିଜେଡ଼ି ସୁପ୍ରିମୋଙ୍କୁ ଜୟ ଢୋଲକିଆଙ୍କ ସମାଲୋଚନା; କଡା ଜବାବ ଦେଲେ ସଞ୍ଜୟ ଦାସବର୍ମା
        ଭୁବନେଶ୍ୱର,୪|୧୧: ନୂଆପଡା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଛିଡା ହୋଇଥିବା ଜୟ ଢୋଲକିଆଙ୍କୁ କଡ୍ଡା ଜବାବ ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା । ସେ କହିଛନ୍ତି ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଏବଂ ନିରାସାପୂର୍ଣ୍ଣ । ରାଜେନ୍ଦ୍ର ଢୋଲକିଆଙ୍କ ବିଚାର ଧାରାକୁ ଭୁଲିଯାଇ ସେ ବିଜେପି ଗଲେ । ସେ ନିଜେ କହିଥିଲେ ବିଜେଡ଼ି ପ୍ରାର୍ଥୀ ହେବେ । ତାପରେ ଦିଲ୍ଲୀରେ କଣ ଡିଲ୍ ହେଲା ସେ ବିଜେପି ପଳାଇଲେ।
ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ | ସେଠାରେ ସେ ଶାସକ ଦଳର ଅନେକ ଯୋଜନାକୁ ନେଇ କଡା ସମାଲୋଚନା କରିଥିଲେ | ବିଜେପି ସରକାରରେ ଭୋଟ ଚୋରି ଭଳି ଆଇନ ବିରୋଧୀ କାମ ମଧ୍ୟ ହୋଇଛି ବୋଲି କହିଥିଲେ | ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ |
ଏପଟେ ପ୍ରତିକ୍ରିୟାରେ ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି ଯେ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ପଟ୍ଟନାୟକ ଆସିଲେ ନାହିଁ । ଆଉ ଏବେ ଉପ ନିର୍ବାଚନରେ ଭୋଟ ମାଗିବା ପାଇଁ ଆସୁଛନ୍ତି । ଏଥିପାଇଁ ମୁଁ ବହୁତ ଦୁଃଖ ପ୍ରକାଶ କରୁଛି | ମୋ ବାପା ସାରା ଜୀବନ ଦଳ ପାଇଁ ସମର୍ପିତ ଥିଲେ କିନ୍ତୁ ଦଳ ଟିକେ ବି ତାଙ୍କୁ ସମର୍ଥନ ଦେଲାନାହିଁ । ବିଜୁ ଜନତା ଦଳ କିଏ ଯେ ମୋତେ ଖରାପ ପୁଅ ର ଆଖ୍ୟା ଦେବ। ନବୀନ ମୋର ବାପା ତୁଲ୍ୟ ଥିଲେ। ତାଙ୍କର ରଣନୀତି କଣ ଅଛି ସେ ଉପରେ ମୋର କିଛି ଟିପ୍ପଣୀ ଦେବାର ନାହିଁ । ମତେ କିଏ କଣ କହିଦେଲେ କିଛି ହେବ ନାହିଁ। ଜନତାଙ୍କ ସମର୍ଥନ ମୋ ପ୍ରତି ରହିଛି | ସେମାନେ ଜାଣିଛନ୍ତି ତାଙ୍କର ନେତା କିଏ ।

                        