ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର,୪|୧୧ : ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିଶ୍ୱାସଘାତକତା ପୂର୍ଣ୍ଣ ଶାସନକୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଡା ସମାଲୋଚନା କରିଛନ୍ତି| ଏ ନେଇ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଭାତୀ ପରିଡା | ସେ କହିଛନ୍ତି, ମିଛ ପ୍ରତିଶୃତି ନୁହେଁ ୫୦୦ ଦିନର ସରକାର ଉପରେ ସମ୍ପୂର୍ଣ୍ଣ ଭରସା କରି ଏବଂ ବିଶ୍ୱାସର ସହିତ ଭୋଟ ଦେବେ ନୂଆପଡ଼ାବାସୀ। ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲ ଚିହ୍ନରେ ଭୋଟ ଦେବେ।
ଆହୁରି ସମାଲୋଚନା କରି ସେ କହିଛନ୍ତି, ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲ|! ନୂଆପଡ଼ାବାସୀ ତାଙ୍କୁ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି।”

