ସୁଦାନରେ ଫସିଛନ୍ତି ଓଡ଼ିଶା ଯୁବକ; ଉଦ୍ଧାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କଲେ ନବୀନ ଓ ମୋହନ…
ଭୁବନେଶ୍ବର: ଆଫ୍ରିକୀୟ ଦେଶ ତଥା ଗୃହଯୁଦ୍ଧ ଯୋଗୁଁ ଭୀଷଣ ଭାବେ କ୍ଷତିଗ୍ରସ୍ତ ସୁଦାନରେ ଓଡ଼ିଶାର ଜଣେ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି ବିଦ୍ରୋହୀ। ଏହି ଘଟଣାରେ ତାଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର ବର୍ଗ।
ଦିଲ୍ଲୀରେ ଅବସ୍ଥାପିତ ସୁଦାନର ରାଷ୍ଟ୍ରଦୂତ ମଧ୍ୟ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ଅବସ୍ଥାପିତ ସୁଦାନର ରାଷ୍ଟ୍ରଦୂତ ମଧ୍ୟ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏପଟେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ତାଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ଆଦର୍ଶଙ୍କୁ ଉଦ୍ଧାର ତଥା ତାଙ୍କ ପରିବାରବର୍ଗକୁ ସହାୟତା କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିବା ଜଣାପଡ଼ିଛି।
ସୁଦାନରେ ଅପହୃତ ହୋଇଥିବା ଓଡ଼ିଶାର ଏହି ଶ୍ରମିକ ହେେଲ ଆଦର୍ଶ ବେହେରା। ତାଙ୍କର ଘର ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗ୍ରାମରେ। ଗତ ତିନି ବର୍ଷ ହେଲା ଆଦର୍ଶ ସୁଦାନରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ସେମାନେ ଓଡ଼ିଶା ଓ ଭାରତ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

