Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଉରାଭଉରା
କନ୍ଧେଁନବୁଢି ଯୁବକ ସଂଘ ଓ ସୋନପୁର ‘ମେରା ଯୁବା ଭାରତ’ ତଥା ଭାରତ ସରକାରଙ୍କ ଖେଳ ମନ୍ତ୍ରାଳୟ ନିର୍ଦ୍ଦେଶକ୍ରମେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସରୋଜ କୁମାର ପାଣ୍ଡିଆ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବବସରରେ ବ୍ଲକ୍ ରେ ବିଭିନ୍ନ ସ୍ଥାନ ରେ ୬ଟି ପ୍ରତିଯୋଗିତା ହୋଇଥିଲା । ଭଲିବଲ୍ , ସାଇକେଲ ସୋଲ, ବ୍ୟାଡମିଣ୍ଟନ , ଦୌଡ଼ ୧୦୦,୨୦୦ ମିଟର , ଫୁଟବଲ୍ ଇତ୍ୟାଦି ଖେଳରେ ବିଭିନ୍ନ ଗ୍ରାମ ର କ୍ଲବ ରୁ ପ୍ରତିଯୋଗିତା ଧାରି ଆସି ଅଂଶ ଗ୍ରହଣ କରିଥିଲେ। ଜଉରାଭାଉରା ଖେଳ ପଡିଆରେ ଆୟୋଜିତ ମ୍ୟାଚ ରେ କେଉଁଟିପାଲି ଦଳ କୁ ୩-୪ ଗୋଲ ବ୍ୟବଧାନ ରେ ଉଲୁଣ୍ଡା ଦଳ ହରାଇ ବିଜୟୀ ହୋଇଥିଲା‌ । ସେହିପରି ଭଲିବଲରେ ମାଟୁପାଲି କୁ ୨୫-୨୦ ହରାଇ ସିଣ୍ଡୋଲ କଲେଜ ଦଳ ବିଜୟୀ ହୋଇଥିଲେ। ୧୦୦ ମିଟର ଦୌଡ଼ ରେ ରୋହିତ ମହାଳିଙ୍ଗ ୨୦୦ ମିଟର ଦୌଡ଼ ରେ ସରୋଜ ମେଲ୍ଲୀ ବିଜୟୀ ହୋଇଥିଲେ। ଠିକ ସେହିପରି ଯୁବତୀ ବିଭାଗରେ ଉଲୁଣ୍ଡା କଲେଜ ପଡିଆରେ ଆୟୋଜିତ ହୋଇଥିବା ସ୍ଲୋ ସାଇକେଲ ଚାଳନାରେ ପୂଜାରାଣୀ ସାହୁ ପ୍ରଥମ, ଦ୍ୱିତୀୟ ସ୍ଥାନ ରେ ପୁନମ ମହାକୁର, ଓ ତୃତୀୟ ସ୍ଥାନ ଲିପ୍ସା ରାଣୀ ମହାକୁର ବିଜୟୀ ହୋଇଥିଲେ! ବିଜେତା ହୋଇଥିବା ପ୍ରତିଯୋଗୀ ପ୍ରମାଣ ପତ୍ର, ଟ୍ରଫି ଦେଇ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା। ରାଜ୍ୟ ସରକାର ଙ୍କ ଚୟନିତ ରେଫରି ବଦ୍ରିପ୍ରସାତ୍ ହୋତା ଙ୍କ ନେତୃତ୍ଵ ତାଙ୍କ ରେଫରୀ ଦଲ ପରିଚାଳନା କରିଥିଲେ। ମେରା ଯୁବା ଭାରତ ଉଲୁଣ୍ଡା ବ୍ଲକ ର ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ଡ.ହୃଷୀକେଶ ଦେହେରି , ଶମ୍ଭୁରାଜ୍ କର୍ଣ୍ଣ , ଧବଳେଶ୍ବର ଭୁକ୍ତା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ତଥା ସଭାପତି ଦୀନବନ୍ଧୁ ମେଲ୍ଲୀ , ସତ୍ୟ ମେଣ୍ଡିଲି ଙ୍କ ସହିତ ଅନ୍ୟମାନେ ସାହାଯ୍ୟ କରିଥିଲେ l ଶେଷରେ ଅଧ୍ୟାପକ ଯତୀନ ବାଘ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ