Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧା ରହିଗଲା ଗଙ୍ଗା ସ୍ନାନ; ଟ୍ରାକ ପାର ସମୟରେ ଟ୍ରେନ ଦୁର୍ଘଟଣାରେ ୪ ମୃତ

ୟୁପି,୫|୧୧: ଗଙ୍ଗାରେ ସ୍ନାନ କରିବା ସ୍ବପ୍ନ ଅଧାରେ ରହିଗଲା | ଉତ୍ତର ପ୍ରଦେଶର ମିର୍ଜାପୁରରେ ଘଟିଛି ଏଭଳି ଏକ ଦୁଖଦଃ ଘଟଣା | ଚୁନାର ରେଳ ଷ୍ଟେସନରେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି | କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡାକିନେଲା ଯମ । ଟ୍ରାକ ପାର କରୁଥିବା ସମୟରେ ହୋଇଥିଲା ଭୟଙ୍କର ଦୁର୍ଘଟଣା | ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନେ, ଚାରି ନମ୍ବର ପ୍ଲାଟଫର୍ମରେ ଚୋପାନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ଓହ୍ଲାଉଥିଲେ ଏବଂ ଷ୍ଟେସନରେ ଯାତ୍ରୀମାନେ ଟ୍ରାକ୍ ପାର ହେଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ୍ସପ୍ରେସ (କାଲକା ମେଲ) ସେମାନଙ୍କ ଉପରେ ମାଡ଼ି ଯାଇଥିଲା |

ସୂଚନା ଅନୁସାରେ, ଟ୍ରାକ ପାର ହେଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମସ୍ତ ଭକ୍ତ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଉଥିଲେ । ଏହି ଭୟଙ୍କର ଦୁର୍ଘଟଣାରେ ଯାତ୍ରୀ ସବୁ ଆତଙ୍କିତ ଅବସ୍ଥାରେ ରହିଥିଲେ | ଘଟଣାସ୍ଥଳରେ ରେଲଓ୍ୱେ ଅଧିକାରୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ ତତକ୍ଷଣାତ ଆରମ୍ଭ କରିଦେଇଥିଲେ। ପ୍ରଶାସନ ଯାତ୍ରୀମାନଙ୍କୁ ନିଜ ସୁରକ୍ଷା ପାଇଁ ପ୍ଲାଟଫର୍ମ ଓଭରବ୍ରିଜ୍ ବ୍ୟବହାର କରିବାକୁ ନିବେଦନ କରିଛି।

ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ଏହା ଏତେ ଭୟାନକ ଥିଲା ଯେ, ମୃତଦେହ ଗୁଡ଼ିକ ଖଣ୍ଡ ଖଣ୍ଡରେ ପରିଣତ ହୋଇଯାଇଥିଲ| | ଦୁର୍ଘଟଣା ପରେ ଚିତ୍କାର ଓ କାନ୍ଦ ଶୁଣିବାକୁ ମିଳିଥିଲା। ଜିଆରପି ଓ ଆରପିଏଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୃତଶରୀର ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୁନାର ରେଳ ଷ୍ଟେସନ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣେଇବା ସହିତ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ