Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ଙ୍କ ରାଜ ରାଜେଶ୍ୱରୀ ବେଶ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପବିତ୍ର କାର୍ତ୍ତିକ ପଞ୍ଚୁକ ଉତ୍ସବର ରାସ ପୂର୍ଣ୍ଣମୀ ପର୍ବ ପାଳନ ହୋଇଯାଇଛି । ଆଜି ଏହି ଅବସରରେ ଭୋର୍ ୫.୦୦ ଘ.ରେ ଦ୍ବାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଖେଚୁଡ଼ି ଭୋଗ ଆଦି ପୂଜାନୀତି ପରେ ଶ୍ରୀଜିଉମାନଙ୍କ ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହୋଇଥିଲା । ବୁଧବାର ଏ ପବିତ୍ର ତିଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟରୁ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା ପାତାଳି ଶ୍ରୀକ୍ଷେତ୍ର । ଏ ଅବସରରେ ଆଜି ଶ୍ରୀମଦ୍ଭାଗବତ ମହାପୁରାଣ ଦଶମ ସ୍କନ୍ଧ (ଗୋପଲୀଳା)ର ମହାରାସ ପାରାୟଣ କରାଯାଇଥିଲା । ଗାୟକ ଭାବରେ ଗୋପାଳ ପଣ୍ଡl , ବିଜୟ କୁମାର ହୋତା , ସୁଧୀର କୁମାର ପୁରୋହିତ , ପୂର୍ଣ୍ଣଚନ୍ଦ୍ର ପାଢୀ ଓ ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହୁରୀ ,ମନୋରଞ୍ଜନ ପାଢୀ, ଚମରା ସେଠୀ , ପଂଚାନନ ମନ୍ତ୍ରା , ନରେନ୍ଦ୍ର ବାଘ , ନାରାୟଣ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ । ଗୁଣାକର ପଣ୍ଡl , ଚିତ୍ତରଞ୍ଜନ ପାଢୀ, ଦୀପକ କୁମାର ପଣ୍ଡl , ରାଜେଶ ପାଣିଗ୍ରାହୀ , ଫକିର ମୋହନ ପାଢୀ , ଶରଦ ଚାନ୍ଦ ପ୍ରମୁଖ ବେଶ ଓ ପୂଜା ନୀତି ସଂପାଦନ କରିଥିଲେ । ଘଣ୍ଟ, ଶଂଖ , ହରିବୋଲ ହୁଳାହୁଳି ରେ ଛଳିଆ କନ୍ଦର ଉଛୁଳି ପଡୁଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ