ବିହାର ବିଧାନସଭା ନିର୍ବାଚନ; ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା…
ପାଟଣା: ଗଣତନ୍ତ୍ରର ମହାନ ପର୍ବ ବିହାର ବିଧାନସଭା ନିର୍ବାଚନ ୨୦୨୫ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କମିଶନ ବୁଥରେ ୧୦୦% ୱେବକାଷ୍ଟିଂ, ନୂତନ ଭୋଟର ସୂଚନା ସ୍ଲିପ୍ (VIS) ସୁବିଧା ଏବଂ EVM ନେଟ୍ ଆପ୍ ମାଧ୍ୟମରେ ଭୋଟ ରିପୋର୍ଟିଂ ଭଳି ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କାର୍ଯ୍ୟକାରୀ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୨୧ ଜଣ ସାଧାରଣ, ୧୮ ଜଣ ପୋଲିସ ଏବଂ ୩୩ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗ୍ରାମାଞ୍ଚଳରେ ସ୍ୱତନ୍ତ୍ର ତଦାରଖ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀ ଦୃଷ୍ଟିରୁ ଦୀଘା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୪୫୭,୬୫୭ ଭୋଟର ଅଛନ୍ତି। ଯେତେବେଳେ କି ବାରବିଘାରେ ସବୁଠାରୁ କମ ୨୩୧,୯୯୮ ଭୋଟର ଅଛନ୍ତି। କ୍ଷେତ୍ରଫଳ ଦୃଷ୍ଟିରୁ ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁଠାରୁ ଛୋଟ (16.239 ବର୍ଗ କିଲୋମିଟର) ଏବଂ ସୂର୍ଯ୍ୟଗଢ଼ା ସବୁଠାରୁ ବଡ (62.247 ବର୍ଗ କିଲୋମିଟର)।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମାଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସାରଣ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଖଗାରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଳନ୍ଦା, ପାଟଣା, ଭୋଜପୁର ଏବଂ ବକ୍ସର ଜିଲ୍ଲାରେ ମତଦାନ ହେବ। ତେବେ ପ୍ରାୟ ୩୭.୫ ଲକ୍ଷ ଭୋଟର ୧୨୧ ନିର୍ବାଚନମଣ୍ଡଳୀର ପ୍ରାୟ ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

