Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RI ପରୀକ୍ଷାରେ ବଡ ବିଭ୍ରାଟ, ସର୍ଭର ଡାଉନ ପାଇଁ ହଟହଟା ପରୀକ୍ଷାର୍ଥୀ

ଭୁବନେଶ୍ବର, ୦୬|୧୧: RI ପରୀକ୍ଷାକୁ ନେଇ ବଡ଼ ବିଭ୍ରାଟ ସୃଷ୍ଟି ହୋଇଛି । ଭୁବନେଶ୍ବର ଅଂଚଳର ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ ଆଦି ସ୍ଥାନମାନଙ୍କରେ ହୋଇଥିବା କେନ୍ଦ୍ରରେ ବଡ ବିଭ୍ରାଟ ଦେଖାଯାଇଛି। ସର୍ଭର ଡାଉନ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଯାଇଛନ୍ତି ଛାତ୍ରଛାତ୍ରୀ । ଏମିତିକି ଅନ୍ୟ ସ୍ଥାନମାନଙ୍କରେ ଯଥା :- ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ଏହି ପରି ସର୍ଭର ଡାଉନର ସମସ୍ୟା ଦେଖିବାକୁ ମିଳିଛି ।

ସକାଳ ୭ଟା ୩୦ରେ ପ୍ରବେଶ ସମୟ ଥିଲା ବେଳେ ୮ଟା ୪୫ରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିଥିଲେ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ସମସ୍ୟା ଦେଖାଦେଇଥିବା ଅଭିଯୋଗ ଉଠିଛି । ତେବେ ଏନେଇ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଟିସିଏସର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ