ବିବାହର ପ୍ରତିଶୃତି ଦେଇ ଯୁବକ କଲେ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୬|୧୧: ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିବାହର ଲୋଭ ଦେଖାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ଗର୍ଭବତୀ ହେବା ଜାଣି ଯୁବକ ଜଣଙ୍କ ଜବରଦସ୍ତି ଗର୍ଭପାତ କରାଇଥିଵା ନେଇ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି।
ଘଟଣା ଆଧାରରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇବା ସହିତ ବୁଧବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି | ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲା ଅଭୟଚାନ୍ଦପୁର ଥାନା ନୂଆଗାଁର ବାସିନ୍ଦା ଲିପୁନ ଖୁଣ୍ଟିଆ| ଲିପୁନକୁ ଗିରଫ କରିଛି ପୁଲିସ୍। ସୂଚନା ଅନୁସାରେ ପିଡ଼ୀତା ଜଣକ ବାଲେଶ୍ବର ଜିଲ୍ଲାର । ସେ କଟକରେ ରହି ଏକ ଘରୋଇ ସଂସ୍ଥାରେ ଚାକିରୀ କରନ୍ତି । ଗତ ୩ ବର୍ଷ ହେବ ଅଭିଯୁକ୍ତ ଲିପୁନ ପିଡ଼ୀତାଙ୍କ ସମ୍ପର୍କରେ ଆସିଥିଲା । ଏହାପରେ ଅଭିଯୁକ୍ତ ବିବାହର ଲୋଭ ଦେଖାଇ ସମ୍ପର୍କ ବଢ଼େଇଥିଲା | ଗତ ୩ ବର୍ଷ ଲିପୁନ ପିଡ଼ୀତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ବିବାହ କରିବାକୁ ମନା କରିଦେବାରୁ ପୀଡ଼ିତା ଏନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।

