ପିତାମାତା ବନିଲେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଳ…
ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରେ ଅନ୍ୟତମ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ଭିକି କୌଶଳ। ଦୁହେଁ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି।
ବିବାହର ତିନି ବର୍ଷ ପରେ ଏହି ଦମ୍ପତି ପୁତ୍ର ସନ୍ତାନର ପିତା ମାତା ହୋଇଛନ୍ତି। ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ୍ ଉଭୟ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଭିକି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, “ଆମ ଖୁସିର ଛୋଟ ଉପହାର ଆସିଯାଇଛି। ବହୁ ଖୁସିରେ ଆମେ ଆମର ପୁଅକୁ ସ୍ୱାଗତ କରୁଛୁ। ନଭେମ୍ବର 7, 2025।”କ୍ୟାଟ୍ରିନା ଏବଂ ଭିକି**
ତେବେ ଏହି ପୋଷ୍ଟ ପରେ ବଲିଉଡ ସିନେ ଜଗତ ଏବଂ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସେଲିବ୍ରିଟି ଏବଂ ପ୍ରଶଂସକମାନେ ଲଗାତାର ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

