୧୯୩୭ ମସିହାର ଇତିହାସ; ନେହେରୁଙ୍କୁ ନେଇ ଉଠିଲା ବିବାଦ, କଂଗ୍ରେସକୁ ବିଜେପିର ଟାର୍ଗେଟ…
ନୂଆଦିଲ୍ଲୀ , ୦୭|୧୧: ଆଜି ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି | ସୂଚନା ମତାବକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବର୍ଷବ୍ୟାପୀ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବେ | କିନ୍ତୁ ଏହାର କିଛି ଘଣ୍ଟା ପୂର୍ବରୁ, ବିଜେପି ଦଳ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉପରେ ଏକ ବଡ ଆରୋପ ଲଗାଇଛନ୍ତି | କହିବା ଅନୁଯାଇ ତାଙ୍କ ନେତୃତ୍ୱରେ ଜାତୀୟ ଗୀତକୁ “ଐତିହାସିକ ଭାବରେ ବିକୃତ” କରାଯାଇଥିଲା |
ବିଜେପି ଜାତୀୟ ମୁଖପାତ୍ର ସି.ଆର. କେଶବନ ଅଭିଯୋଗ କରିଛନ୍ତି ଯେ ନେହେରୁଙ୍କ ଶାସନ ବେଳେ କଂଗ୍ରେସ ୧୯୩୭ ମସିହାରେ କେବଳ ବନ୍ଦେ ମାତରମ୍ ର ଏକ ସଂକ୍ଷିପ୍ତ ସଂସ୍କରଣ ଗ୍ରହଣ କରିଥିଲା | ଏହି ଗୀତରେ ଜାଣିଶୁଣି ଦେବୀ ଦୁର୍ଗାଙ୍କ ପ୍ରଶଂସା କରୁଥିବା ପଦଗୁଡ଼ିକୁ ହଟାଇ ଦେଇଥିଲେ ।”ସେପ୍ଟେମ୍ବର ୧, ୧୯୩୭ ତାରିଖରେ ଏକ ଚିଠିରେ, ନେହେରୁ ଘୃଣାପୂର୍ଣ୍ଣ ଭାବରେ ଲେଖିଛନ୍ତି ଯେ, “କେହି ବନ୍ଦେ ମାତରମର ଶବ୍ଦଗୁଡ଼ିକୁ ଦେବୀ ଦୁର୍ଗାଙ୍କ ସହିତ ଜଡିତ ବୋଲି ବିଚାର କଲେ ତାହା ଅବାନ୍ତର ବୋଲି କୁହାଯିବ”। ସେ ଏହା ମଧ୍ୟ ଉପହାସ କରି ମତ ଦେଇଥିଲେ ଯେ, “ବନ୍ଦେ ମାତରମ ଏକ ଜାତୀୟ ଗୀତ ଭାବରେ ଉପଯୁକ୍ତ ନୁହେଁ।” ନେତାଜୀ ସୁବାଷ ବୋଷ ବନ୍ଦେ ମାତରମର ସମ୍ପୂର୍ଣ୍ଣ ମୂଳ ସଂସ୍କରଣ ପାଇଁ ଦୃଢ଼ ସମର୍ଥନ କରିଥିଲେ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାମ୍ପ୍ରତିକ ମନ୍ତବ୍ୟ ସହିତ ସମାନ୍ତରାଳତା ଆଙ୍କି କେଶବନ ଅଭିଯୋଗ କରିଛନ୍ତି ଯେ ନେହେରୁଙ୍କ ହିନ୍ଦୁ ବିରୋଧୀ ମାନସିକତା ରାହୁଲ ଗାନ୍ଧୀଙ୍କଠାରେ ଏକ ତୀବ୍ର ପ୍ରତିଫଳନ ହେଉଛି| ଯିଏ କି ବିହାରର ପବିତ୍ର ଛଟ୍ ପୂଜାକୁ ଏକ ନାଟକ ଭାବରେ ଅପମାନିତ କରିଥିଲେ | କୋଟି କୋଟି ଭକ୍ତଙ୍କ ଭାବନାକୁ ଆଘାତ ଦେଇଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ବନ୍ଦେ ମାତରମର ଆନୁଷ୍ଠାନିକ ସ୍ମୃତିଚାରଣ ଉତ୍ସବର ଉଦଘାଟନ କରିଥିଲେ | ଏହି ଅବସରରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୭, ୨୦୨୫ରୁ ନଭେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ବର୍ଷବ୍ୟାପୀ ଜାତୀୟ ଉତ୍ସବ ପାଳନ କରିଥିଲା| ଯାହା ସ୍ୱାଧୀନତା ଏବଂ ଏକତା ପାଇଁ ଭାରତର ଲଢ଼େଇକୁ ପ୍ରେରଣା ଦେଇଥିବା ଗୀତର ୧୫୦ ବର୍ଷକୁ ସମ୍ମାନିତ କରିଥିଲା।

