ଅଡାଲ ଗ୍ରାମରେ ଜଳନ୍ଧର ଦରକାର ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡାଲ ଗ୍ରାମର ଭଗବତୀ ନାଟ୍ୟସଂସଦ ଦ୍ଵାରା କାର୍ତ୍ତିକ ପଞ୍ଚୁକ ଚତୁର୍ଦଶୀ ଅଵସର ରେ ଦୁଇଦିନ ଧରି ଅଡାଲ ଗ୍ରାମ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଯାଇଛି ଶିବଙ୍କ ଲୀଳାର ଜଳନ୍ଧର ଦରବାର । ନାଟ୍ୟଭିକ୍ରମେ ଜଳନ୍ଧର ବିବାହ ପରେ ଜଳନ୍ଧର ର ସ୍ୱର୍ଗପୁର କୁ ଆକ୍ରମଣ କରି ସ୍ୱର୍ଗ ପୁର ରୁ ଦେବତା ମାନଙ୍କୁ ବହିଷ୍କାର କରି ଇନ୍ଦ୍ରଆସନ ଅଧିକାର ଏହା ପରେ ସମସ୍ତ ଦେବଗଣ ଭୟଭିତ ହୋଇ ପଳାୟନ କରିବା ଆଦି ଦୃଶ୍ୟ ପର୍ଯ୍ୟାୟ କ୍ରମେ ପରିବେଷଣ ହୋଇଥିଲା । ଏଥିରେ ଜଳନ୍ଧର ଭୂମିକା ରେ ଜଗବନ୍ଧୁ ବେରିହା , ଶିବ ଭୂମିକା ରେ ପଵିତ୍ର ମିଶ୍ର , ବିଷ୍ଣୁ ଭୂମିକା ରେ ଶଙ୍କର୍ଷଣ ଦାସ ଓ ଅନlନ୍ୟ ଭୂମିକା ରେ ଉମେଶ ଦେହୁରୀ,ଦୀନକୃଷ୍ଣ ଶଙ୍ଖୁଆ, ଦୈତାରୀ ସେଠି, ବାମଦେବ ପଧାନ, ରଞ୍ଜନ ପଧାନ, ବିଶି ଭାଘ, ଭୀଷ୍ମ ସାହୁ, ପ୍ରେମାନନ୍ଦ ରଣା, ବୃନ୍ଦାବନ ମିଶ୍ର, ସର୍ଜନ ଖେତୀ, ପ୍ରଦୀପ ଦାଶ, ଦିଲ୍ଲୀପ ପଧାନ, ରାଧାକାନ୍ତ ଡାଙ୍ଗ, ଗଜେନ୍ଦ୍ର ସେଠି ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ବି ଜେ ପି ଜିଲ୍ଲା ସଭାପତି ବେଣୁଧର ଦାସ ଯୋଗଦେଇ ଥିଲେ I ଅବସର ପ୍ରାପ୍ତ ଶିକ୍ଷକ ଅକ୍ଷୟ ମିଶ୍ର , ଅଭିନେତା ସତ୍ୟ ଦାସ , ଶିକ୍ଷକ ସନ୍ତୋଷ ରଥ, ବ୍ରଜ ପଧାନ, ରାଧେଶ୍ୟାମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଗ୍ରାମବାସୀ ସହଯୋଗ କରିଥିଲେ।

