Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଳିଦାଦର ରେ ପୀତାବଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତ ଅଧିନସ୍ଥ ମାଳିଦାଦର ରେ ପୀତlବଲୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ବିରାଟ ଶୋଭାଯାତ୍ରା ରେ ଗୌଡ଼ଗାଡ଼ ର ସ୍ଵପ୍ନେଶ୍ଵର ବାବା ଦେବୀ ବୁଢ଼ୀ ମନ୍ଦିର ରୁ ଆଜ୍ଞାମାଲ ଆଣି ପିତାବଲୀ ମନ୍ଦିର ରେ ପହଁଚି ପୀତlବଲି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା ଏବଂ ମାଳିଦାଦର ଗାଁ ମୁଣ୍ଡରେ ମାଁ ନାରାୟଣୀ ଙ୍କ ପଥର ମୂର୍ତ୍ତି ସ୍ଥାପନ କରାଯାଇଥିଲା l ଏଥିରେ କର୍ତା ଭାବରେ ଝଗୁଡୁ ଥନାପତି ଓ ତାଙ୍କ ପତ୍ନୀ ବାସନ୍ତୀ ଥନାପତି ଦାୟିତ୍ବ ତୁଲାଇଥିଲେ | ପଣ୍ଡିତ ଦେବାର୍ଚ୍ଚନ ଦାସ ପୂଜକ ଭାବେ ପୂଜାର୍ଚ୍ଚନା କରିଥିଲେ। ପ୍ରତିଷ୍ଠା ଉତ୍ସବ ରେ ଆଖ ପାଖ ଅଞ୍ଚଳ ର ଶତାଧିକ ମହିଳା ଓ ପୁରୁଷ ଙ୍କ ସମlଗମ ହୋଇଥିଲା I ଏ ଅବସରରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଦିନବେଳା ପାଲା ଓ ସନ୍ଧ୍ୟା ରେ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା l ପ୍ରତିଷ୍ଠା ଉତ୍ସବ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ