Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତା ମହୁଲ ଉଚ୍ଚ ବିଦ୍ୟାଳୟ ରେ କୁଣ୍ଠା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଵୀରମହlରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ର ପିତlମହୁଲ ଉଚ୍ଚ ବିଦ୍ୟାଳୟ ରେ ଗୁରୁବାର ଦିନ କୁଷ୍ଠ ରୋଗ ର ନିରାକରଣ ଓ ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଜଗଦଳା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ବିରମହlରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଵୀଏନଏଲ ଡବ୍ଲୁ ଶ୍ରୀ ଜଗଦୀଶ ମେହେର ଯୋଗଦେଇ କୁଷ୍ଠ ରୋଗ ର ଲକ୍ଷଣ ଓ ଏହାର ଚିକିତ୍ସା ବିଷୟରେ ଅବଗତ କରାଇଥିଲେ ଓ ଉପଯୁକ୍ତ ଔଷଧ ସେବନ ଦ୍ଵାରା ଏହାର ଆରୋଗ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ଶିକ୍ଷକ ଶେଷଦେବ ମେହେର , ଝରଣା ଭୋଇ , କାର୍ତ୍ତିକ ମଲ୍ଲିକ , ହେମନ୍ତ ସେଠି ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୭ ରୁ ୩୦ ରିଖ ପଯ୍ୟନ୍ତ ସରକାରଙ୍କ ଦ୍ଵାରା ହେବାକୁ ଥିବା କୁଷ୍ଠରୋଗ ର ଚିହ୍ନଟି କରଣ ଅଭିଯାନ ବିଷୟରେ ମଧ୍ୟ ସୂଚନା ଦେଇ ଥିଲେ। ଏହି ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପିତlମହୁଲ୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଧିନସ୍ଥ CHO, ମହିଳା ସ୍ଵାସ୍ଥ୍ୟ କର୍ମୀ ଓ ଆଶା ଦିଦି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ