ପ୍ରକାଶ ପାଇଲା ବିବାହ ତାରିଖ; ରାଜସ୍ଥାନରେ ବିବାହ କରିବେ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା
ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ ଅଛନ୍ତି | କଥା ପଡିଛି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିଷୟରେ | ବିଗତ ଅତୀତରେ ସେ ନିଜର ନିର୍ବନ୍ଧ ଖବର ନିଜର ସୋସିଆଲ ମିଡ଼ିଆ ମାଧ୍ୟମରେ ସେୟାର କରିଥିଲେ | ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି | ନିଜର ଶକ୍ତିଶାଳୀ ଅଭିନୟ ଦ୍ୱାରା ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ | ରଶ୍ମିକା ବିଜୟ ଦେବରକୋଣ୍ଡାଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏବେ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଗାମୀ ବର୍ଷ ଅର୍ଥାତ ୨୬ ଫେବୃଆରୀ ୨୦୨୬ ବିବାହ କରିବେ|ସେ ନିଜ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ପ୍ଲାନ କରୁଛନ୍ତି। ବିଜୟଙ୍କ ଜଣେ ନିକଟତମ ବନ୍ଧୁ ସେମାନଙ୍କ ବିବାହ ପ୍ଲାନିଂ ନେଇ ପ୍ରକାଶ କରିଛନ୍ତି। ଏହି ଖବର ରଶ୍ମିକା ଏବଂ ବିଜୟଙ୍କ ପ୍ରଶଂସକମାନଙ୍କୁ ବହୁତ ଖୁସି କରିଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ରଶ୍ମିକାଙ୍କୁ ଅନେକ ଥର ନିର୍ବନ୍ଧ ମୁଦି ପିନ୍ଧିଥିବାର ଦେଖାଯାଇଛି। ଉଭୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ବିଷୟରେ ନୀରବ ରହିଛନ୍ତି। ଦୁହେଁ ସେମାନଙ୍କ ନିର୍ବନ୍ଧ କିମ୍ବା ବିବାହ ବିଷୟରେ କିଛି କହି ନାହାଁନ୍ତି।
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ପ୍ରଥମ ଥର ପାଇଁ ୨୦୧୮ରେ “ଗୀତା ଗୋବିନ୍ଦମ୍” ଫିଲ୍ମର ସେଟରେ ଦେଖା ହୋଇଥିଲେ। ପରେ ସେମାନେ “ଡିୟର କମ୍ରେଡ୍” ଫିଲ୍ମରେ ଏକାଠି ହୋଇଥିଲେ। ଦର୍ଶକ ସେମାନଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ। ସେମାନଙ୍କ ସମ୍ପର୍କ ଧିରେ ଧିରେ ମଜବୁତ ହେବାକୁ ଲାଗିଲା। କହିବାକୁ ଗଲେ ବିଜୟଙ୍କ ପୂର୍ବରୁ ରଶ୍ମିକା ୨୦୧୭ରେ କନ୍ନଡ ଅଭିନେତା ରକ୍ଷିତ ଶେଟ୍ଟିଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ୨୦୧୮ରେ ସେମାନଙ୍କର ନିର୍ବନ୍ଧ ଭାଙ୍ଗିଯାଇଥିଲା ଏବଂ ସେମାନେ ଅଲଗା ହୋଇଯାଇଥିଲେ ।

