Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

OSRTC ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା; ୩ ବସ୍ ଯାତ୍ରୀ ଓ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ

ଭୁବନେଶ୍ୱର;୦୮|୧୧: ବସ୍ ଏବଂ ଟ୍ରକ ମୁହଁମୁହିଁ ଧକ୍କା| ଜାତୀୟ ରାଜପଥରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା। ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ନିକଟରେ ଏହିପରି ଘଟଣା ଦେଖିବାକୁ ମିଳିଛି | OSRTC ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା । ଏଥିରେ ତିନି ବସ୍ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାଇ ଭୁବନେଶ୍ୱରରୁ ରାଉରକେଲା ଏକ OSRTC ବସ୍ ଯାଉଥିବା ବେଳେ ଅନ୍ୟପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଭୟଙ୍କର ହୋଇଥିବା ବେଳେ ଟ୍ରକର ସାମ୍ନା ଭାଗର କାଚ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିରୁଜି ଯାଇଥିଲା | ଅନ୍ୟପଟେ ବସ୍ ର ସାମ୍ନା ମଧ୍ୟ ଭାଙ୍ଗିରୁଜି ଯାଇଛି । ତେବେ ଦୁର୍ଘଟଣା ଫଳରେ ବସ୍ ରେ ଥିବା ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ