Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ରେ ଘଣ୍ଟ ପାଲି କୁ ହରାଇ କମିରl ସେମିରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ପଡ଼ିଆରେ ୯ତମ ମା’ ନାରାୟଣୀ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ମ୍ୟାଚ ରେ ଖଇରମାଲ ଓ ଘଣ୍ଟପାଲି ମଧ୍ୟରେ ହୋଇଥିଲା । ଖଇରମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୭ରନ୍ କରିଥିଲା | ଘଣ୍ଟ ପାଳି ଦଳ ନିର୍ଦ୍ଧାରିତ ୬. ୪ଓଭରରେ କୌଣସି ୱିକେଟ୍ ନ ହରାଇ ୮୮ରନ୍ କରି ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ କମିରା ଓ ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା। କମିରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୩ ୱିକେଟ୍ ହରାଇ ୧୩୩ରନ୍ କରିଥିଲା | ଜବାବରେ ଦେଉଳମୁଣ୍ଡା ଦଳ ୧୦ ଓଭର ରେ ୭ଉଇକେଟ ହରାଇ ୯୮ରନରେ ପରାସ୍ତ ହୋଇଥିଲା | ପ୍ରଥମ ମ୍ୟlଚ ର ବିଜେତା ଦଳ ଘଣ୍ଟପାଲି ଓ ଦ୍ୱତୀୟ ମ୍ୟାଚ ର ବିଜେତା ଦଳ କମିରା. ଦଳ ତୃତୀୟ ମ୍ୟାଚ ଘଣ୍ଟପାଲି ଓ କମିରା ମଧ୍ୟ୍ୟ ରେ ହୋଇଥିଲା କମିରା ଦଳ ପ୍ରଥମେ ବ୍ୟାଟି କରି ୮ ଓଭର ରେ ୫ ଉଇକେଟ ହରାଇ ୧୦୭ରନ ସଂଗ୍ରହ କରିଥିଲା | ଜବାବରେ ଘଣ୍ଟପାଲି ଦଳ ୮ଓଭର ରେ ବଲ ରେ ସମସ୍ତ ୱିକେଟ୍‌ ହରାଇ ୫୮ରନ୍ ରନ କରି ପରାସ୍ତ ହୋଇଥିଲା । କମିରା ଦଳ ଘଣ୍ଟପାଲି ଦଳ କୁ ହରାଇ କମିରା ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ପ୍ରlଣୀଧନ ବିଭାଗ ର ନରେନ୍ଦ୍ର ଭୋଇ (ଭି ଟି )କମିରା ଦଳ ର ଜଗନ ଙ୍କୁ ମ୍ୟାନ ଅପ ଦି ମ୍ୟାଚ ଭାବରେ ପୁରସ୍କୃତ କରିଥିଲେ ମ୍ୟାଚ କୁ ଧନମାଳୀ ହୋତା ଓ ରୋଶନ ସାମଲ ଖେଳ ପରିଚାଳନା କରିଥିଲେ । ଲିପୁନ ହୋତା ସ୍କୋରର ଦାୟିତ୍ଵ ତୁଲାଇଥିଲେ। ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ, ଶିବୁଲ ପଧାନ ବିଭୁତି ପଧାନ, ବୁଲୁ ପଧାନ, ରିଲନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ