ସଂଗ୍ରାମପୁର ହାଇ ସ୍କୁଲ ରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରlମପୁର ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ହୋତା ଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଅଭିଯାନ ରେ ବିରମହାରାଜପୁର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକlରୀ ସ୍ୱର୍ଣପ୍ରଭା ଯୁଏଡ଼ ଉପସ୍ଥିତ ରହି ତମାଖୁ ସେବନ ଅଧିକାଂଶ ଅଣ ସଂକ୍ରlମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ ବୋଲି ସଚେତନତ କରିଥିଲେ I ଏହି ପରିପେକ୍ଷୀରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟ ରୁ ବାହାରି ଗ୍ରାମ୍ୟ ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ର ଶିକ୍ଷକ ସୁଶୀଲ କୁମାର ପଧାନ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ସେହିପରି ବାଗବର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁରେଶ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଅଭିଯାନ ବିରମହରାଜପୁର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ଼ ଉପସ୍ଥିତ ରହି ତମାଖୁ ମୁକ୍ତ ଅଭିଯାନ ଉପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରିଥିଲେ ଏହି ଅଭିଯାନ ଅକଟୋବର ୧୦ତାରିଖ ରୁ ଡିସେମ୍ବର ୯ତାରିଖ ଯାଏ ଚାଲିବ ବୋଲି କହିଥିଲେ l

