Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ହାଇସ୍କୁଲ ରେ ଆନନ୍ଦମୟି ଶିକ୍ଷଣ କାର୍ଯ୍ୟକ୍ରମ ସୃଜନ ଆଲୋକ ଉଦଘାଟିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲରେ ଆଜି ଆନନ୍ଦଦାୟୀ ଶିକ୍ଷଣ କାର୍ଯ୍ୟକ୍ରମ “ସୃଜନ ଆଲୋକ” ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଓ ଶିକ୍ଷାକୁ ମଜାଦାର ଭାବେ ଅନୁଭବ କରାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମଟି ଲୋକାର୍ପିତ ହୋଇଛି । ଶନିବାର କାର୍ଯ୍ୟକ୍ରମରେ ବିଭିନ୍ନ ଆନନ୍ଦଦାୟୀ ଶିକ୍ଷା ଗତିବିଧି ଯଥା ପାଠାଭିନୟ, ଶିକ୍ଷାତ୍ମକ ଖେଳ, ଗୋଷ୍ଠୀ ଆଲୋଚନା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିକ୍ଷକମାନେ ନୂଆ ଶିକ୍ଷା ପ୍ରଣାଳୀ ଦ୍ୱାରା ଶିଶୁମାନଙ୍କୁ ଶିକ୍ଷା ଦେଲେ, ଯାହା ଦ୍ୱାରା ସେମାନେ ଆନନ୍ଦ ସହ ନୂଆ ନୂଆ କଥା ଶିଖିଲେ। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ପରିଚାଳନା କରିଥିଲେ। ଶିକ୍ଷକ ଅମିତ ପାତ୍ର ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ହୃଷିକେଶ ପଧାନ ଗୋଷ୍ଟି ଆଲୋଚନା , କବିତା ଲିଖନ , ଭାଷା ବଗିଚା ପରିଭ୍ରମଣ , କୁହୁକ ଶବ୍ଦ ମାଠିଆ , ଗଳ୍ପ କଥନ ରେ ମହାପୁରୁଷ ଆଦି ଆନନ୍ଦଦାୟୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ।ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି କାର୍ଯ୍ୟକ୍ରମକୁ ଖୁବ ସ୍ୱାଗତ କରିଲେ।କାର୍ଯ୍ୟକ୍ରମର ଶେଷରେ ଶ୍ରେଷ୍ଠ ଦଳ ଓ ଅଭିନବ ଭାବନା ଦେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଗଲା। ଏହା ଦ୍ୱାରା ଶିକ୍ଷାରେ ଆନନ୍ଦ, ସୃଜନଶୀଳତା ଓ ସହଯୋଗୀତାର ମୂଲ୍ୟ ବୃଦ୍ଧି ପାଇଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ