Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଜରୁରୀ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଏକ ଜରୁରୀ ବୈଠକ ବୀରମହାରାଜପୁର ମୈତ୍ରୀ ସଦନ ଠାରେ ରବିବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠାନର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅନୁଷ୍ଠାନର ଦିବଙ୍ଗତ ସତସ୍ୟ ଉରୁକ୍ରମ ପାଣ୍ଡିଆଙ୍କ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବରିଷ୍ଠ ସଦସ୍ୟ ଗୌର ଚରଣ ପରିଜାଙ୍କ ଆସୁ ଆରୋଗ୍ୟ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହିତ ସଂଘର ଏକ କମିଟି ତାଙ୍କ ବାସ ଭବନକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ଖଣ୍ଡଗିରୀ ସାମ୍ବାଦିକ ସଂଘର ଗଠନ ହେବାର ୨୨ବର୍ଷ ହେଲାଣି ଏ ଭିତରେ ସଂଘ ଜନ ସାଧାରଣ ପାଇଁ କଣ ସବୁ କରିଛି ତା ଉପରେ ଆଲୋଚନା କରିବା ସହିତ ବାର୍ଷିକ ଉତ୍ସବ ସହିତ ଏକ ସ୍ବରଣିକା ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତ ସଦସ୍ୟ ସ୍ବାଗତ କରିବା ସହିତ ସଂଘ ବାକି ଥିବା କାର୍ଯ୍ୟକୁ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ତ୍ବରାନ୍ବିତ କରିବାକୁ ବରିଷ୍ଠ ସଦସ୍ୟ ନନ୍ଦ କିଶୋର ମିଶ୍ର , ଉପ ସଭାପତି ସୌମିତ୍ରି ମେହେର , ଆଦିତ୍ୟ ମିଶ୍ର ଓ ସମ୍ପାଦକ ବାସୁଦେବ ପଣ୍ଡା ପ୍ରସ୍ତାବ ଦେଇଥିଲେ। ଏହା ସହିତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଉପଖଣ୍ଡ ପ୍ରଶାସନ ସହିତ ଆଲୋଚନା କରି ଉପଖଣ୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଉପଖଣ୍ଡର ବିଭିନ୍ନ ସମସ୍ୟା କିଭଳି ଭାବରେ ସମାଧାନ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଆଜିର ବୈଠକ ସଂଘ ସଦସ୍ୟ ଅଜିତ୍ କୁମାର ପାଣିଗ୍ରାହୀ, କିଶୋର କୁମାର ହୋତା, ରବୀନ୍ଦ୍ର ହୋତା, ସତ୍ୟବାନ୍ ପୁରୋହିତ, ରାଧାକାନ୍ତ ବାଗ, ବିଭୁତି ହୋତା , ସୁଧିର କୁମାର ବିଶ୍ବାଳ , ଶେଷ ଦେବ ବାରିକ୍, ରାଜେଶ କୁମାର ସେଠୀ , କାମପାଳ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷ ଭାବରେ ସଂଘର ବର୍ଷକୁ ଚାରି ଥର ଏକଜ୍ୟୁକୁଟିବ୍ ବଡ଼ି ବୈଠକ ଓ ଦୁଇଥର ସାଧାରଣ ବୈଠକ କରିବାକୁ ସର୍ବସମ୍ମତି ଭାବରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏ‌ହା ସହିତ ଚଳିତ ମାସ ୧୭ ତାରିଖରେ ଆଉ ଏକ ସାଧାରଣ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ