Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା “ହକ୍”

ମୁମ୍ବାଇ: ମୁକ୍ତିଲାଭ କରିଛି ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ | କିନ୍ତୁ ବିବାଦରେ ରହିଛି ଏହି ଚଳଚିତ୍ର | ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ପିଟିସନ ଦାଏର କରିଥିଲେ | ସେହି ପିଟିସନକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି। ଶୁକ୍ରବାର (ନଭେମ୍ବର ୭) ଏହି ଚଳଚ୍ଚିତ୍ରଟି ମୁକ୍ତିିଲାଭ କରିଛି। ଚଳଚ୍ଚିତ୍ର “ହକ୍” ପ୍ରଥମ ଦିନରେ ବକ୍ସ ଅଫିସରେ ୧.୮୬ କୋଟି ରୋଜଗାର କରିଛି | ଏହାପରେ ଖୁବଶୀଘ୍ର ଏହା ୨ କୋଟି ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାଇ, ୟାମି ଗୌତମ ଏବଂ ଇମ୍ରାନ ହାସମୀ ଅଭିନୀତ ଏହି ଚଳଚ୍ଚିତ୍ରଟି ୧୯୮୫ ମସିହାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଶାହ ବାନୋଙ୍କ ଜୀବନ ଏବଂ ଆଇନଗତ ସଂଘର୍ଷକୁ ନେଇ ଚିତ୍ରଣ କରାଯାଇଛି। ସିଦ୍ଦିକାଙ୍କ ପିଟିସନ ମୁତାବକ ଏହି ଚଳଚ୍ଚିତ୍ରରେ ଶାହ ବାନୋଙ୍କ ବ୍ୟକ୍ତିଗତ ଓ ବୈବାହିକ ଜୀବନକୁ ଅତିରଞ୍ଜିତ କରି ଉପସ୍ଥାପନ କରାଯାଇଛି। ଏଥିସହିତ ବ୍ୟାବସାୟିକ ସଫଳତା ପାଇବାକୁ ନିର୍ମାତା ଏହି ଚଳଚ୍ଚିତ୍ରର ବିଷୟବସ୍ତକୁ ଅତ୍ୟଧିକ ନାଟକୀୟ ଢଙ୍ଗରେ ଉପସ୍ଥାପନ କରିଛନ୍ତି|ତାଙ୍କ ମାଆଙ୍କ ଆଇନଗତ ଲଢେଇକୁ ନ୍ୟୁନ କରାଯାଇଛି ବୋଲି ସିଦ୍ଦିକା ପିଟିସନରେ ଜଣାଇଛନ୍ତି।

ଅପରପକ୍ଷରେ ‘ବାନୋ: ଭାରତ କୀ ବେଟି’ ପୁସ୍ତକର ବିଷୟବସ୍ତୁକୁ ଚଳଚ୍ଚିତ୍ରରେ ଉପସ୍ଥାପନ କରାଯାଇଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ (ବହୁ ଚର୍ଚ୍ଚିତ ଶାହା ବାନୋ ମାମଲା)କୁ ପ୍ରେରଣାଭାବେ ଗ୍ରହଣ କରାଯାଇଛି ବୋଲି ଚଳଚ୍ଚିତ୍ରର ନିର୍ମାତା କହିଛନ୍ତି। ଶାହ ବାନୋ ୧୯୩୨ରେ ମଧ୍ୟପ୍ରଦେଶର ଇନ୍ଦୋର ସହରେ ମହମ୍ମଦ ଅହମ୍ମଦ ଖାନ ନାମକ ଜଣେ ଆଇନଜୀବୀଙ୍କୁ ବିବାହ କରିଥିଲେ। ସେମାନଙ୍କର ପାଞ୍ଚଜଣ ସନ୍ତାନ ଥିଲେ। ବିବାହର ୧୪ ବର୍ଷ ପରେ ମହମ୍ମଦ ଆଉ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। କିଛି ବର୍ଷ ଦୁଇ ସଉତୁଣି ଏକାଠି ରହିଥିଲେ। ଶାହ ବାନୋଙ୍କୁ ୬୨ ବର୍ଷ ବୟସ ହୋଇଥିବାବେଳେ ମହମ୍ମଦ ତାଙ୍କୁ ଛାଡପତ୍ର ଦେଇଥିଲେ। ଶାହ ବାନୋଙ୍କୁ ଭରଣ ପୋଷଣ ବାବଦରେ ମାସିକ ୨୦୦ ଟଙ୍କା ଦେଉଥିବାବେଳେ ମହମ୍ମଦ ୧୯୭୮ରେ ଏହାକୁ ବନ୍ଦ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ଶାହ ବାନୋ ମାସିକ ୫୦୦ ଟଙ୍କା ଦାବି କରି ଇନ୍ଦୋରସ୍ଥିତ ଏକ ଅଦାଲତରେ ମହମ୍ମଦଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ମାମଲା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୧୯୮୫ ମସିହାରେ ସୁପ୍ରିମକୋର୍ଟ ଏହି ଦାବି ଉପରେ ଐତିହାସିକ ରାୟ ଶୁଣାଇଥିଲେ। ଛାଡ଼ପତ୍ର ପରେ ମୁସଲିମ୍ ମହିଳାମାନେ ମଧ୍ୟ ଭରଣପୋଷଣ ଦେବା ଉଚିତ୍ ବୋଲି ରାୟ ଦେଇଥିଲେ କୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ