Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ବଢୁଛି ଶୀତ, ଆହୁରି ୩ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ବର: ଥଣ୍ଡାରେ ଥରିଲାଣି ରାଜ୍ୟ। ଆହୁରି ପାରଦ ତଳମୁହାଁ ହେବା ନେଇ ପୂବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୩ ରୁ ୪ ଦିନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ଖସିବ । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୟତାପମାତ୍ରା ୧୭.୪ ରେକର୍ଡ କରାଯାଇଛି । ସେପଟେ ୧୧.୭ ଡିଗ୍ରୀକୁ ଖସିଲା ଝାରସୁଗୁଡା ।

ସେହିପରି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ, ଫୁଲବାଣୀ ୧୨ଡିଗ୍ରୀ, ରାଉରକେଲା ୧୩.୨ଡିଗ୍ରୀ, ଭଦ୍ରକ ୧୪ଡିଗ୍ରୀ ଏବଂ କୋରାପୁଟ, କେନ୍ଦୁଝରଗଡ଼ ଓ ଅନୁଗୁଳରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ହ୍ରାସ ପାଇଛି।ଆ

ଗାମୀ ଏକ ସପ୍ତାହ ମଧ୍ୟରେ ତାପମାତ୍ରା ଧୀରେ ଧୀରେ ଖସିବା ସହ ୧୪ରୁ ୧୫ ତାରିଖ ବେଳକୁ ପ୍ରବଳ ଶୀତ ଅନୁଭୂତ ହୋଇପାରେ। ଉତ୍ତରରୁ ଶୁଷ୍କ ଓ ଥଣ୍ଡା ବାୟୁ ବହିବା ଦ୍ୱାରା ପ୍ରବଳ ଶୀତ ଅନୁଭୂତ ହେଉଥିବା କହିଛି ପାଣିପାଗ କେନ୍ଦ୍ର।ତେବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ